Home ଜିଲ୍ଲା ପରିକ୍ରମା ବିଜେପିର ସୁବର୍ଣ୍ଣମୁଖି ଓ ବଳଦେବଜୀଉ ମଣ୍ଡଳ ବୈଠକ

ବିଜେପିର ସୁବର୍ଣ୍ଣମୁଖି ଓ ବଳଦେବଜୀଉ ମଣ୍ଡଳ ବୈଠକ

44

୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ବଳଦେବଜୀଉ ଓ ସୁବର୍ଣ୍ଣମୁଖି ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାପୋଲସ୍ଥିତ ମହେଶ୍ୱର ଶିଶୁବିଦ୍ୟାମନ୍ଦିର ପରିସରରେ ବଳଦେବଜୀଉ ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକଙ୍କ ସଭାପତିତ୍ୱରେ ମଙ୍ଗଳବାର ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକକୁ ଦଳର ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ଉଦଘାଟନ କରି ସାଙ୍ଗଠନିକ କାର୍ଯ୍ୟର ଅଭିବୃଦ୍ଧି ପାଇଁ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଉପରେ ଗୁରୁତ୍ୱରୋପ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଲୋକମାନଙ୍କମୌଳିକ ସମସ୍ୟା ସହ କାର୍ଯ୍ୟକର୍ତ୍ତାମାନେ ଜଡିତ ରହି ସଙ୍ଗଠନକୁ ୱାର୍ଡ ସ୍ତରରୁ ମଜଭୁତ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଜିଲ୍ଲା ସମ୍ପାଦିକ ଏହି ମଣ୍ଡଳର ପ୍ରଭାରୀ ତପସ୍ୱିନୀ ମହାପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ମହାପାତ୍ର, ମଣ୍ଡଳ ସମ୍ପାଦକ ଅଜୟ ରାଉତ, ଭୀମସେନ ନାୟକ, ଅମୂଲ୍ୟ ସେଠୀ, ଦେବେନ୍ଦ୍ର ବରାଳ, ରାମଚନ୍ଦ୍ର ରାଉତ, ସ୍ୱାôଦନ ସ୍ୱାଇଁ, ସୁଶାନ୍ତ ପାତ୍ର, ସ୍ୱର୍ଣ୍ଣଲତା ନାୟକ, ଅନ୍ନପୂର୍ଣ୍ଣା ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସେହିପରି ସୋମବାର ଦିନ ସୁବର୍ଣ୍ଣମୁଖି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ସଭାପତି ପ୍ରଫୁଲ୍ଲ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଳର ବିଧାନସଭା ନେତା ବଦ୍ରୀନାରାୟଣ ଧଳ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ବସନ୍ତ ରାଉତ, ସାଧାରଣ ସମ୍ପାଦକ ଅଜୟ ପାତ୍ର, ପ୍ରଦ୍ୟୁମ୍ନ ସେନାପତି, ଗୋପିନାଥ କର, ବିଭୁପ୍ରସାଦ ସାହୁ, ତରଣୀସେନ ପଣ୍ଡା, ରୁକ୍ମିଣୀ ଦାସ ପ୍ରମୁଖ ଦଳର ସାଙ୍ଗଠନିକ ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.