Home Coronavirus Outbreak ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪ – ସ୍ଥାନୀୟ ସଂକ୍ରମଣକୁ ନେଇ ବଢ଼ୁଛି ଚିନ୍ତା

ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪ – ସ୍ଥାନୀୟ ସଂକ୍ରମଣକୁ ନେଇ ବଢ଼ୁଛି ଚିନ୍ତା

122

ବାଲେଶ୍ୱର, ୨୧ା୬ (ଓଡ଼ିଆ ପୁଅ/ଅଭୟ ଦାସ) : ଦିନକୁ ଦିନ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମ୍ପ୍ରତି ସବୁ ମହଲ ପାଇଁ ଚିନ୍ତାର ବିଷୟ ହୋଇଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୩୦୪ଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୫୧୬୦ଛୁଇଁଥିବା ବେଳେ ଅନୁରୂପ ଭାବେ ଓଡ଼ିଶାରେ ଅରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି। ଅଦ୍ୟାବଧି ୩୫୩୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ୨ଜଣ ସଂକ୍ରମିତଙ୍କର ଆଜି ମୃତ୍ୟୁ ହୋଇଥିବା ବେଳେ ମୋଟ୍ ୧୬୦୭ ଜଣ ସଂକ୍ରମିତ ଏବେ ଚିକିତ୍ସିତ ହେଉଛନ୍ତି। ସେହିଭଳି ବାଲେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଜିଲ୍ଲା ପାଇଁ ଉଦ୍‌ବେଗ ଜନକ ସ୍ଥିତି ସୃଷ୍ଟି କରିଛି। ଆଜି ନୂଆ ଚିହ୍ନଟ ୧୭ ପଜିଟିଭ୍‌ଙ୍କୁ ମିଶାଇ ଜିଲ୍ଲାରେ ସକ୍ରମିତଙ୍କ ସଂଖ୍ୟା ୨୯୪ରେ ପହଞ୍ଚିଛି। ୧୭ଜଣଙ୍କ ମଧ୍ୟରୁ ୧୬ ଜଣ ସଂଗରୋଧ କେନ୍ଦ୍ର ଓ ଜଣେ ହୋମ କ୍ୱାରେଣ୍ଟାଇନ୍‌ରେ ରହିଥିବା ଜଣାଯାଇଛି। ଚିହ୍ନଟଙ୍କ ମଧ୍ୟରୁ ୧୦ ଜଣ ମହାରାଷ୍ଟ୍ରର ମୁମ୍ବାଇରୁ, ୪ ଜଣ ନୂଆଦିଲ୍ଲୀରୁ, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁର ଚେନାଇରୁ ଜଣେ ଲେଖାଏଁ ପ୍ରବାସୀ ଜିଲ୍ଲାକୁ ଆସି କ୍ୱାରେଣ୍ଟାଇନ୍‌ରେ ଥିଲେ। ଇତିମଧ୍ୟରେ ୧୧ଟି କରୋନା ପ୍ରବଣ ଜିଲ୍ଲା ସମେତ ବାଲେଶ୍ୱରରେ ଲାଗୁ ହୋଇଥିବା ଜୁନ୍‌ମାସର ତୃତୀୟ ସପ୍ତାହର ଦୁଇଦିନିଆ ସଟ୍ ଡାଉନ୍ ଆଜି ଶେଷ ହୋଇଛି। ସହର ସମେତ ଜିଲ୍ଲାର ଜନସାଧାରଣ ଏହି ସଟ୍ ଡାଉନ୍ ନିୟମକୁ ବେଶ୍ ଗୁରୁତ୍ୱର ସହ ପାଳନ କରିଛନ୍ତି। ସକାଳଠାରୁ ବାଲେଶ୍ୱର ସହର ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାବାସୀ ସରକାରଙ୍କ ନିୟମକୁ ମାନି ସଟ୍ ଡାଉନ୍ ପାଳନ କରିଥିବା ପରିଲକ୍ଷିତ ହୋଇଥିଲା। ସମସ୍ତେ ଘରେ ରହିବା ସହ ଅତି ଆବଶ୍ୟକ ନ ପଡ଼ିଲେ ବା ମେଡିକାଲକୁ ଯିବା ଭଳି ଜରୁରୀ ସ୍ଥିତିରେ କାଁ ଭାଁ ଲୋକେ ଘରୁ ବାହାରୁ ଥିଲେ ବି ତାହା ପୁଣି ପ୍ରଶାସନର ଅନୁମତି ନେଇଥିଲେ। ସେହିଭଳି ଏହି ଦୁଇଦିନିଆ ସଟ୍ ଡାଉନ୍‌ର ସଫଳତା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥିଲା। ବାଲେଶ୍ୱର ସହର ସମେତ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ପୁଲିସ ପକ୍ଷରୁ କଡ଼ା ପହରା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା। ଅନୁରୂପ ଭାବେ ସହରର ବିଭିନ୍ନ ଛକରେ ଦଳ ଦଳ ପୁଲିସ କର୍ମଚାରୀ ଡ୍ୟୁଟି କରୁଥିବା ଦେଖିବାକୁ ମିଳଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.