Home ଜିଲ୍ଲା ପରିକ୍ରମା ହେଲଦି ଲାଇଫ୍ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ

ହେଲଦି ଲାଇଫ୍ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ

110

ବାଲେଶ୍ୱର, ୨୧ା୬ (ଓଡ଼ିଆ ପୁଅ/ଅଭୟ ଦାସ) :ପ୍ରତିବର୍ଷ ଭଳି କରୋନା ସତର୍କତା ଅବଲମ୍ବନ ସହ ବାଲେଶ୍ୱରରେ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଥିବା ବେଳେ ଇନଷ୍ଟିଚ୍ୟୁଟ୍ ଅଫ୍ ନେଚର କିୟର ଏଣ୍ଡ ଯୌଗିକ ସାଇନ୍ସ- ହେଲଦି ଲାଇଫ୍ ପକ୍ଷରୁ ମଧ୍ୟ ସହରର ଚିଡ଼ିଆପୋଲସ୍ଥିତ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଚିତ୍ତରଂଜନ ସାହୁ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ନିରୋଗ ଶରୀର ଗଠନ, ସଂଯମ ଓ ମାନସିକ ଭାରସାମ୍ୟ ରକ୍ଷାରେ ଯୋଗର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ସାମ୍ପ୍ରତିକ କରୋନା ଭଳି ସଂଗୀନ ସ୍ଥିତିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ଯୋଗ ଓ ପ୍ରାଣାୟମର ଆବଶ୍ୟକତା ସମ୍ପର୍କରେ ସେ ଉପସ୍ଥିତ ଶିକ୍ଷାର୍ଥୀଙ୍କୁ ବୁଝାଇଥିଲେ। ୫ ବର୍ଷରୁ ୮୫ ବର୍ଷ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ପ୍ରତିଦିନ ଅତିକମ୍‌ରେ ଅଧଘଣ୍ଟାଏ ଯୋଗ କରିବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ଏହି ଅବସରରେ କାର୍ଯକ୍ରମରେ ଉପସ୍ଥିତ ଲୋକଙ୍କୁ ଡାକ୍ତର ସାହୁ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ଯୋଗାସନ ଓ ପ୍ରାଣାୟମ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ତେବେ କରୋନା ସଂକ୍ରମଣ ପ୍ରତି ସତର୍କତା ଅବଲମ୍ବନ ପୂର୍ବକ ଆଜିର ବିଶ୍ୱ ଯୋଗ ଦିବସରେ କାର୍ଯ୍ୟାଳୟ ପାଖାପାଖି ଅଞ୍ଚଳର ଅଳ୍ପକିଛି ବ୍ୟକ୍ତିଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶିକ ଦେବୀ ଅର୍ଚ୍ଚନା ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.