Home ଓଡ଼ିଶା ଗଜପତି ମହାରାଜ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧ ଏବଂ ଅପେକ୍ଷାକୁ ପାଳନ କରନ୍ତୁ ରାଜ୍ୟ ସରକାର...

ଗଜପତି ମହାରାଜ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧ ଏବଂ ଅପେକ୍ଷାକୁ ପାଳନ କରନ୍ତୁ ରାଜ୍ୟ ସରକାର :ସମୀର ମହାନ୍ତି

167

ଗଜପତି ମହାରାଜଙ୍କ ଅନୁରୋଧ ଅନୁସାରେ ପଦକ୍ଷେପ ନିଅନ୍ତୁ ସରକାର
ରଥଯାତ୍ରା ପ୍ରସଙ୍ଗରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କଣ କହିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ତୁରନ୍ତ ସାକ୍ଷାତ୍ କରି ତାଙ୍କ ପରାମର୍ଶ ନିଅନ୍ତୁ
ଭୁବନେଶ୍ୱର, ୨୧/୦୬ (ଓଡ଼ିଆ ପୁଅ) : ରଥଯାତ୍ରା ଓ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିଶେଷ ଭୂମିକା ରହିଛି। ଏ ଦୁଇ ଆସ୍ଥା କେନ୍ଦ୍ର ଯେଉଁ ଅନୁରୋଧ ଓ ଅପେକ୍ଷା ରଖୁଛନ୍ତି ରାଜ୍ୟ ସରକାର ତାହାକୁ ପାଳନ କରନ୍ତୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ବିସ୍ତୃତ ପତ୍ର ଲେଖିଛନ୍ତି। ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଯେଉଁ ଅନୁରୋଧ କରିଛନ୍ତି ଓ ଅପେକ୍ଷା ରଖିଛନ୍ତି ରାଜ୍ୟ ସରକାର ଏହାକୁ ରକ୍ଷା କରନ୍ତୁ ଏବଂ ଏହି ଅନୁରୋଧ ଅନୁସାରେ ପଦକ୍ଷେପ ନିଅନ୍ତୁ।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମ ମାଧ୍ୟମରେ ରାଜ୍ୟ ସରକାରଙ୍କ ତରଫରୁ କେହି ତାଙ୍କୁ ସାକ୍ଷାତ୍ କରନ୍ତୁ ବୋଲି ଅପେକ୍ଷା ରଖିଛନ୍ତି। ରଥଯାତ୍ରା ଓ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରସଙ୍ଗରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କଣ କହିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ତୁରନ୍ତ ସାକ୍ଷାତ୍ କରି ତାଙ୍କ ପରାମର୍ଶ ନିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.