Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ୧୭ ହଜାର ୧୧୧ଜଣ ଛାତ୍ର ଛାତ୍ରୀ +୨ ପରୀକ୍ଷା ଦେଲେ

ଜିଲ୍ଲାରେ ୧୭ ହଜାର ୧୧୧ଜଣ ଛାତ୍ର ଛାତ୍ରୀ +୨ ପରୀକ୍ଷା ଦେଲେ

337

ଯାଜପୁର୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଜିଲ୍ଲାର ୫୭ ଟି କଲେଜରେ +୨ ପରୀକ୍ଷା ମୋଟ ୧୭ ଜହାର ୧୧୧ ଜଣ ଛାତ୍ର-ଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷାକୁ ଠିକ୍ ଭାବେ ପରିଚାଳନା କରିବାକୁ ଜିଲ୍ଲାର ୭ଟି ପରୀକ୍ଷା ହବ୍ ଗଠନ କରାଯାଇଛି। ଆଜି ପରୀକ୍ଷା ଆରମ୍ଭ ପୂର୍ବରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପଶ୍ନପତ୍ର ଖୋଲାଯାଇଥିଲା। ପରୀକ୍ଷା ହଲ୍ ଭିତରକୁ ମୋବାଇଲ ଏବଂ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ନ ନେବାକୁ ଦୃଢ ପଦକ୍ଷେପ ନିଆଯାଇଛି।

 

ଏପରିକି ପରୀକ୍ଷା ନିୟନ୍ତ୍ରଣ କରୁଥିବା ଅଧ୍ୟାପକଙ୍କୁ ପରୀକ୍ଷା ହଲ୍ ଭିତରକୁ ମୋବାଇଲ ନେବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ପ୍ରତି ପରୀକ୍ଷା କେନ୍ଦ୍ରକୁ ଜିଲାପ୍ରଶାସନ ପକ୍ଷରୁ ଗଠିତ ସ୍ୱତନ୍ତ୍ର ସ୍କ୍ୱାଡ୍ ପରିଦର୍ଶନ କରିଛନ୍ତି। ଜିଲାର ଏନ.ସି ସ୍ୱୟଂଚାଳିତ କଲେଜରେ ସର୍ବାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାରୁ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳା ସହ କରିବାକୁ ପୁଲିସ ମୁତୟନ କରାଯାଇଛି। ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରୀକ୍ଷା ପରିଚାଳନା କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତପ୍ରକାର ପଦକ୍ଷେପ ଗ୍ରହଣକରାଯାଇଥିବା ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.