Home ଓଡ଼ିଶା ରଣପୁର ତହସିଲ୍ ଆଗରେ ଧାରଣା… ଝାଡପଡା ପଂଚାୟତ ନୂତନ ଗୃହ ନିର୍ମାଣ ନେଇ ବିବାଦ

ରଣପୁର ତହସିଲ୍ ଆଗରେ ଧାରଣା… ଝାଡପଡା ପଂଚାୟତ ନୂତନ ଗୃହ ନିର୍ମାଣ ନେଇ ବିବାଦ

244

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୩-ରାଜ୍ୟ ସରକାର ପଂଚାୟତ ପୁନଃଗଠନକୁ ଗୁରୁତ୍ୱ ଦେଇ ରଣପୁର ବ୍ଲକ୍ ରେ ୩ ଗୋଟି ନୁତନ ଗ୍ରାମ ପଂଚାୟତ ଗଡବାଣିକିଲୋ ,ଝାଡପଡା, ହଂସରା ଘୋଷଣା କରିଥିଲେ । ସେହି ନୁଆ ପଂଚାୟତ ଗୁଡିକରେ ଅଫିସ୍ କାର୍ଯ୍ୟ ଚାଲିବା ପାଇଁ ଜାଗା ଚିହ୍ନଟ ଉପରେ ବିବାଦ ଦେଖାଦେଇଛି । ତେଣୁ ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ ଓ ରଣପୁର ବିଡିଓ ପଂଚାନନ ପଟ୍ଟାୟତ ଙ୍କୁ ନେଇ ମାର୍ଚ୍ଚ ୩ ତାରିଖ ଅପରାହ୍ନରେ ରଣପୁର ତହସିଲ୍‌ରେ ଏକ ବୈଠକ ଡାକିଥିଲେ ।

କିନ୍ତୁ ଝାଡପଡା ପଂଚାୟତ ବାସୀ ତାଙ୍କ ନୂତନ ପଂଚାୟତ ଗୃହ ନିର୍ମାଣ ପାଇଁ ଯେଉଁ ଜାଗା ପଂଚାୟତ ବାସୀ ଚିହ୍ନଟ କରିଥିଲେ ସେହି ଜାଗା ହାଲରେ ଜଙ୍ଗଲ କିସମ ହୋଇଥିବାରୁ ତହସିଲ୍‌ଦାର ସେହି ଜାଗା ଆଲେଏନିସନ୍ କୁ ଖାରଜ କରିଦେଇଛନ୍ତି । ତେଣୁ ପଂଚାୟତ ବାସୀଙ୍କ କହିବା କଥା ସେହି ଜାଗା ସାବକରେ ପତିତ କିସମ ଥିଲା । ତେଣୁ ସେହି ଜାଗାର କିସମ ବଦଳାଇ ନୂତନ ପଂଚାୟତ ଗୃହ ନିର୍ମାଣ ପାଇଁ ପ୍ରଦାନ କରିବାକୁ ଦାବି କରି ମାର୍ଚ୍ଚ ୩ ତାରିଖ ଦିବା ୧୦ ଘଟିକାଠାରୁ ଅନିର୍ଦ୍ଧିଷ୍ଟକାଳ ପାଇଁ ଧାରଣା ଜାରି ରଖିଛନ୍ତି । ଖବର ଲେଖାହେଲା ବେଳକୁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଧାରଣା ହଟାଇବା ପାଇଁ ଆଲୋଚନା ଜାରି ରଖିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.