Home ଜିଲ୍ଲା ପରିକ୍ରମା ସାଳନ୍ଦୀ ନଦୀରେ ଭାସିଯାଇ ଯୁବକ ନିଖୋଜ

ସାଳନ୍ଦୀ ନଦୀରେ ଭାସିଯାଇ ଯୁବକ ନିଖୋଜ

162

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜଣେ ଯୁବକ ସାଳନ୍ଦୀ ନଦୀରେ ଗାଧୋଉଥିବା ବେଳେ ସୁଅରେ ଭାସିଯାଇ ନିଖୋଜ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଭଦ୍ରକ ଜିଲା କାଉପୁର ପଂଚାୟତର ଏଡାଦେଇ ଗ୍ରାମର ସହଦେବ ରାଉଳ ନାମକ ଯୁବକ ସାଳନ୍ଦୀ ନଦୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବାବେଳେ ନଦୀରେ ଭାସିଯାଇଥିଲେ । ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ଖବର ପାଇ ଘଟଣାସ୍ଥଳରେ ଆଗରପଡା ଦମକଳ ବାହିନୀ ପହଞ୍ôଚ ଦୀର୍ଘ ୩ ଘଣ୍ଟାକାଳ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ମଧ୍ୟ ଅଦ୍ୟାବଧି ଯୁବକଙ୍କ ପତ୍ତା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.