Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ପୁଣି ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ,୪୮ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟାା,୨୨ଜଣସୁସ୍ଥ

ଜିଲ୍ଲାରେ ପୁଣି ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ,୪୮ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟାା,୨୨ଜଣସୁସ୍ଥ

288

ମାଲକାନଗିରି,୧୮ା୬(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଲଗାତାର ଭାବ ବଢିଚାଲିଛି । ଆଜି ପୁଣିଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟହୋଇ ଥିବା ଆକ୍ରାନ୍ତ ପଡିଆ ବ୍ଲକ ଏସଏସଡି ହାଇସ୍କୁଲ ସଙ୍ଗରୋଧର କେନ୍ଦ୍ରର ମହାରାଷ୍ଟ୍ର ଫେରନ୍ତା ମହିଳା ହୋଇଥିବାର ଜଣାପଡିଛି । ପୁର୍ବରୁ ଏହି ସଙ୍ଗରୋଧ କେନ୍ଦ୍ରରୁ ଆଜିର ଚିହ୍ନଟ ହୋଇଥିବା ମହିଳାଙ୍କ ପୁଅ ଙ୍କର ପଜିଟିଭ ବାହାରିଥିବା ବେଳେ ଆଜି ତାଙ୍କ ମା ଙ୍କର ପଜିଟିଭ ବାହାରିଥିବାର ଜଣାପଡିଛି । ପଡିଆ ବ୍ଲକ ବିଡିଓ ରଘୁନାଥ ମୁଣ୍ଡୁରୀ ଓ ଥାନା ଅଧିକାରୀ ପ୍ରଭାତକୁମାରକ ବେହେରା ଓ ସରପଚଂଙ୍କ ଦ୍ୱାରା ପଡିଆ ଏସଏସଡି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରର ୧୦୦ମିଟର ପର୍ଯ୍ୟନ୍ତ କଟେଂନମେଟଂ ଜୋନ ଭାବେ ଘୋଷଣା କରାଯାଇଛି । ସେ ଅଚଂଳରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି , ସେ ଅଚଂଳରେ ଦୋକାନବଜାର ବନ୍ଦରହିବା ସହ କେହି ଗ୍ରାମବାସୀ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆଜି ସୁଦ୍ଧାଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଁଚିଲାଣି । ମାଲକାନଗିରି ଜିଲ୍ଲାର ୪୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୨ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୨୬ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜିର ସଂକ୍ରମଣ ମାନଙ୍କ ଟ୍ରାଭେଲ ରିପୋର୍ଟ ଜଣା ପଡିଯାଇଛି ,ଚିହ୍ନଟ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ,ଲକଡାଉନ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.