Home ଓଡ଼ିଶା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ – ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ...

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ – ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ – ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି

302

ଭୁବନେଶ୍ୱର ୧୮-୬ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା କ୍ୟାବିନେଟ ବୈଠକ। ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବୈଠକ ଜାରି ରହିଥିଲା। ଏହା ଏବେ ଶେଷ ହୋଇଛି।

ଆଡ଼ଭୋକେଟ ଜେନେରାଲ ଅଶୋକ ପରିଜା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣ କୁମାର, ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର ଓ କ୍ୟାବିନେଟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରଥଯାତ୍ରା ନେଇ ସ୍ପଷ୍ଟ ଆଭିମୁଖ୍ୟ ରଖିଥିଲେ ସରକାର। ତେବେ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ ବୋଲି ବୈଠକରେ ନିଷ୍ଟତ୍ତି ନିଆଯାଇଛି।

ବୈଠକ ଆରମ୍ଭରୁ ସହିଦମାନଙ୍କ ଆତ୍ମାର ସଦଗତି ପାଇଁ ଶୋକବ୍ୟକ୍ତ କରାଯାଇଥିଲା। ଶୋକବ୍ୟକ୍ତ ପରେ ଆରମ୍ଭ ହୋଇଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ।

ସୂଚନାଯୋଗ୍ୟ, ଆଜି ସୁପ୍ରିକୋର୍ଟରେ ରଥଯାତ୍ରା ଉପରେ ରୋକ ଲଗାଇବା ପାଇଁ ଏକ ଯାଚିକା ଦାଖଲ କରାଯାଇଥିଲା। ଏହା ଉପରେ ଶୁଣାଣି କରି ରଥଯାତ୍ରା ଉପରେ ରୋକ ଲଗାଇଥିଲେ ସୁପ୍ରୀମ କୋର୍ଟ। କୋର୍ଟ କହିଛନ୍ତି ଯେ, “ଯଦି ଆମେ ଚଳିତ ବର୍ଷ ରଥଯାତ୍ରାକୁ ଅନୁମତି ଦେବୁ, ତେବେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ। ମହାମାରୀ ସମୟରେ ଏହି ଉପାୟରେ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇପାରିବ ନାହିଁ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.