Home ଓଡ଼ିଶା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିପାଉଛି,୨୪ଘଟାଂରେ ୧୨୮ ପଜିଟିଭ ଚିହ୍ନଟ,ଜଣେ ଯୁବକ ମୃତ

ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିପାଉଛି,୨୪ଘଟାଂରେ ୧୨୮ ପଜିଟିଭ ଚିହ୍ନଟ,ଜଣେ ଯୁବକ ମୃତ

69

ମାଲକାନଗିରି,୨ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି, ଆଜି ଗୋଟିଏ ଦିନରେ ୧୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ୪୪ବର୍ଷର ଯୁବକ କରୋନା ଆକ୍ରାନ୍ତ ହୋଇ ଜିଲ୍ଲା କୋଭିଡ ହସପିଟାଲରେ ମୃତ୍ୟୁ ଘଟିଛି,ଆଜି ସୁଦ୍ଧା ୯୮୭ ଟି ଏକ୍ଟିଭ କେସ ରହିଛି । ଆଜିର କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ ୪୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲିମେଳା ଏନଏଏସି ଅଚଂଳରୁ ୩ଜଣ, ମାଲକାନଗିରି ବ୍ଲକ ଅଚଂଳରୁ ୧୪ଜଣ, କୋରକୁଣ୍ଡା ବ୍ଲକ ଅଚଂଳରୁ ୭ଜଣ,ମାଥିଲି ବ୍ଲକ ଅଚଂଳରୁ ୧୯ଜଣ, ଖଇରପୁଟ ବ୍ଲକ ଅଚଂଳରୁ ୧୨ଜଣ,କାଲିମେଳା ବ୍ଲକ ଅଚଂଳରୁ ୨୦ଜଣ,ପଡିଆ ବ୍ଲକ ଅଚଂଳରୁ ୭ଜଣ,ଚିତ୍ରକୋଣ୍ଡା ବ୍ଲକ ଅଚଂଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ୧୨୮ଜଣ ଙ୍କର ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେମାନେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪୫୧ରେ ପହଁଚି ଥିବାବେଳେ ସେମାନଙ୍କ ମଧ୍ୟରୁ ୭୪୩୩ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି , ଇତି ମଧ୍ୟରେ ଜିଲ୍ଲାରେ ୩୨ ଜଣ ଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । କରୋନା ଆକ୍ରାନ୍ତ ଅଚଂଳକୁ କଟେଂନମେଟଂ ଜୋନ ଘୋଷଣା ସହ ପ୍ରବେଶ ନିଷେଧ ପାଇଁ ବ୍ୟାରିକେଟ ନିର୍ମାଣ କରାଯାଇଛି । ଆଜିର ଚିହ୍ନଟ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନ ଓ୍ୟାର୍ଡି କର୍ମୀ ମାନେ ତାହାର ଜାଚଂ କରିବା ସହ କେହି ନୁଆ ଲୋକ ଆସିଛନ୍ତି କି ଘରେ କାହାକୁ ଥଣ୍ଡା,କାଶ ଜ୍ୱର ହେଉଛି କି ନାହିଁ ତାହାର ତଥ୍ୟ ସଂଗ୍ରହ କରୁଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ଜୁନମାସ ୧ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବଢାଇଦେଇଛନ୍ତି ,ନୁଆ ନିୟମ ଅନୁସାରେ ପ୍ରତିଦିନ ସକାଳ ୭ଟା ଠାରୁ ଦିନ୧୧ଟା ପର୍ଯ୍ୟନ୍ତ କେବଳ ପନିପରିବା ଓ ଅତ୍ୟାବଶ୍ୟକିୟ ମାସଗ୍ରୀ ଦୋକାନ ଖୋଲାରହିବ,ପୁବ ର୍ପରି ସପ୍ତାହାନ୍ତ ସଟଡାଉନ କୁ କାୟେମ ରଖା ଯିବ, କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି କରୋନା କଟକଣା କୁ ମାନିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.