Home ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ ଶୋକ

ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ ଶୋକ

72

ଭୁବନେଶ୍ୱର ୨/୬ (ଓଡ଼ିଆ ପୁଅ) ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେମୁଁ ବିଜୁ ଜନତା ଦଳ ତରଫରୁ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଓଡ଼ିଶାବିଧାନସଭାକୁ ୬ ଥର ପ୍ରତିନିଧିତ୍ୱ କରି ସେ ତାଙ୍କର ଅସମ୍ଭବ ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି।ତାଙ୍କର ସମଗ୍ର ଜୀବନ ଓଡ଼ିଶାବାସୀଙ୍କର ସେବାରେ ସମର୍ପିତ ଥିଲା। ଜଣେ ଅତ୍ୟନ୍ତ ବନ୍ଧୁବତ୍ସଳ, ପରୋପକାରୀ, ମାନବବାଦୀ ଓ ଶିକ୍ଷାବିତ୍ ହିସାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା। ଓଡ଼ିଶାରଅଣକଂଗ୍ରେସ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଣେ ଘନିଷ୍ଠସହଯୋଗୀ ଭାବରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ସେ ତାଙ୍କର ଦାୟିତ୍ୱ ନିର୍ବାହ କରିଛନ୍ତି।ଦୀର୍ଘ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଏକ କର୍ମମୟ ଜୀବନର ଆଜି ଅବସାନ ଘଟିଛି। ପରିବେଶ, ଜଙ୍ଗଲସୁରକ୍ଷା ଓ ପର୍ଯ୍ୟଟନ ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ଥିଲା। ଆରମ୍ଭରୁ ଜଣେ ଶିକ୍ଷାବିତ୍ ହିସାବରେ ନିଜଜୀବନ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକଙ୍କ ପ୍ରେରଣାରେ ରାଜନୀତିକୁଆସି ଜଣେ ସଫଳ ରାଜନୀତିଜ୍ଞ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ବିୟୋଗସମଗ୍ର ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଅମ୍ଳାନ ଆତ୍ମା ପ୍ରତି ମୁଁ ପୁଣିଥରେ ଶ୍ରଦ୍ଧାନିବେଦନ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.