Home ଜିଲ୍ଲା ପରିକ୍ରମା ଜିଲ୍ଲାରୁ ବାହାରିଲେ ସର୍ବାଧିକ ୫୮ ଆକ୍ରାନ୍ତ, ଆକ୍ଟିଭ ସଂଖ୍ୟା ୭୮କୁ ବୃଦ୍ଧି : ଆଇଆଇସି ସମେତ...

ଜିଲ୍ଲାରୁ ବାହାରିଲେ ସର୍ବାଧିକ ୫୮ ଆକ୍ରାନ୍ତ, ଆକ୍ଟିଭ ସଂଖ୍ୟା ୭୮କୁ ବୃଦ୍ଧି : ଆଇଆଇସି ସମେତ ୬ ପୁଲିସ ଆକ୍ରାନ୍ତ

216

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଥମ ଥର କରି ଜିଲ୍ଳାରୁ ସର୍ବାଧିକ ଆକ୍ରାନ୍ତ ୫୮ଜଣ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୮୧ରେ । ଏହା ବ୍ୟତୀତ ଜିଲ୍ଳାରୁ ୭ଜଣ ସୁସ୍ଥଙ୍କୁ ମିଶାଇବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଛି ୩୦୩ରେ । ଏହି ପରିସଂଖ୍ୟାନ ହୋଇଛି ମୋଟ ୧୩ ହଜାର ୯୧୩ ନମୁନା ପରୀକ୍ଷଣ ପରେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ନୂଆ ୫୮ଜଣଙ୍କ ମଧ୍ୟରେ କ୍ୱାରେଣ୍ଟାଇନରେ ୩୮ଜଣ ଥିବା ବେଳେ ଲୋକାଲ କଣ୍ଟାକ୍ଟ ଭାବେ ୧୩ଜଣ ଏବଂ କୋବିଡ ଯୋଦ୍ଧା କୁହାଯାଉଥିବା ସରକାରୀ କର୍ମଚାରୀ ୭ଜଣ ସାମିଲ ଅଛନ୍ତି । ଫଳରେ ଏବେ ଆକ୍ଟିଭ କରୋନା ପଜିଟିଭ ରହିଛି ୭୮ । ୭ କୋବିଡ଼ ଯୋଦ୍ଧାଙ୍କ ମଧ୍ୟରେ ୭ଜଣ ପୁଲିସ କର୍ମଚାରୀ । ଏହି କର୍ମଚାରୀମାନେ ଧାମନଗର ଥାନାର । ଏହି ଘଟଣା ପରେ ଏସପିଙ୍କ ନିର୍ଦ୍ଦେଶରେ ଧାମନଗର ଥାନାକୁ ୭ ଦିନ ପାଇଁ ସିଲ କରାଯାଇଛି । ଏହି ସମୟ ମଧ୍ୟରେ ଧାମନଗର ଥାନାର ସମସ୍ତ ଏଫ୍‌ଆଇଆର୍ ଆଦି ଭଣ୍ଡାରିପୋଖରୀ ଥାନାରେ ଗ୍ରହଣ କରାଯିବ । ଏଥି ସହିତ ଧାମନଗର ଥାନାକୁ ମଧ୍ୟ ସାନିଟାଇଜ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ୭ ପୁଲିସ କର୍ମଚାରୀ ଧାମନଗର ଥାନା ପୁଲିସ କଲୋନୀରେ ରହୁଥିଲେ । ଏମାନଙ୍କ ବ୍ୟତୀତ ୭ଜଣ ବାହାରିଛନ୍ତି ଚାନ୍ଦବାଲି ବ୍ଲକର ମାଧପୁର ଟିଏମ୍‌ସିରୁ, ଜଣେ ଭଣ୍ଡାରିପୋଖରୀ ବ୍ଲକର ଚିଙ୍ଗୁଡିପୁର ଜଗନ୍ନାଥ ହାଇସ୍କୁଲ ଟିମଏସି, ଜଣେ ପଶ୍ଚିମବଙ୍ଗ ଫେରନ୍ତା ଚରମ୍ପା ସ୍ଥିତ ହୋଟେଲ ଶଗୁନରେ ହୋମ୍ ପେଡ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜଣେ ଭଦ୍ରକ ବ୍ଲକର ଇଚ୍ଛାପୁର ସ୍ଥିତ ବ୍ରହ୍ମପୁର ହାଇସ୍କୁଲ ଟିଏମ୍‌ସିର । ୭ଜଣ ବାହାରିଛନ୍ତି ବାସୁଦେବପୁର ବ୍ଲକ କରଞ୍ଜଆଡିଆ ସ୍କୁଲ ଟିଏମ୍‌ସିର, ଜଣେ ବାହାରିଛନ୍ତି ଧାମନଗର ବ୍ଳକର ବନ୍ଧଟିଆ ହାଇସ୍କୁଲ ଟିଏମ୍‌ସିରୁ । ଦୁଇଜଣ ବାହାରିଛନ୍ତି ଧାମନଗର ବ୍ଲକ ଆନନ୍ଦପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଟିଏମ୍‌ସିରୁ, ଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା ଧାମନଗର ବ୍ଳକ ଦୋବଲ ମୁସ୍ତାଫାପୁର ଗ୍ରାମରେ ହୋମ୍ କ୍ୱାରେଣ୍ଟାଇନରୁ । ସେହିପରି ୬ଜଣ ଦୋବଲ ସ୍ଥିତ ସାଇ ହାଇସ୍କୁଲ ଟିଏମ୍‌ସିରୁ ବାହାରିଥିବା ବେଳେ ଜଣେ ଭଦ୍ରକ ପୌରପାଳିକା କଲ୍ୟାଣ ମଣ୍ଡପ ଟିଏମ୍‌ସିର ।

 

 

ଭଦ୍ରକ ପୌରପାଳିକାର ୨୬ନଂ ୱାର୍ଡ ଶଙ୍କରପୁର ଗ୍ରାମର ହୋମ୍ କ୍ୱାରେଣ୍ଟାଇନରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ଜଣ ବନ୍ତ ବ୍ଲକର କାଦବରାଙ୍ଗ ହାଇସ୍କୁଲ ଟିଏମ୍‌ସିରୁ ଚିହ୍ନଟ ହୋଇଛନ୍ତି । ୨ଜଣ ଭଣ୍ଡାରିପୋଖରୀ ବ୍ଲକର ମଣିନାଥପୁର ହାଇସ୍କୁଲ ଟିଏମ୍‌ସିରୁ । ଲୋକାଲ କଣ୍ଟାକ୍ଟ ଭାବେ ଭଦ୍ରକ ପୌରପାଳିକାର ବାଇପାସ୍ କାନ୍ତକବି ନଗର ଜଣେ ଓ ଜଣେ ୧୧ ନଂ ୱାର୍ଡ ସାୱନବଜାର, ୪ଜଣ ୧୨ ନଂ ୱାର୍ଡ ବଙ୍କସାହି ମଶାଣିପଦା, ଜଣେ ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧା ଅଞ୍ଚଳର ହୋଇଥିବା ଜଣେ ଭଦ୍ରକ ବ୍ଲକ ଏରେଇ ପଞ୍ଚାୟତ ଚରମ୍ପା ରାଇସ୍‌ମିଲର । ଜଣେ ଚାନ୍ଦବାଲି ବ୍ଳକ ବିଜୟନଗର ପଞ୍ଚାୟତର ପୋଖରୀସାହି, ଜଣେ ଭଣ୍ଡାରିପୋଖରୀ ବ୍ଳକ ବିଷ୍ଣୁପୁର ବାରିକପୁର ଗ୍ରାମର ହୋଇଥିବା ବେଳେ ଜଣେ ରହଣିଆ ପଞ୍ଚାୟତର ଖଡିସିଙ୍ଗା ଗ୍ରାମର । ଭଦ୍ରକ ବ୍ଳକ ବାଉଦପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଜଣେ ତିହିଡି ବ୍ଳକ ତଳଦୁମୁକା ଗ୍ରାମର । ୨ଜଣ ଲୋକାଲ କଣ୍ଟାକ୍ଟ ଜଣେ ଧାମନଗର ଏନ୍‌ଏସିରୁ ହୋଇଥିବା ବେଳେ ଜଣେ ଧାମନଗର ବ୍ଳକର ଶ୍ୟମାପୁର ଗ୍ରାମର । ସେହିଭଳି ଜଣେ ଭଦ୍ରକ ଚରମ୍ପା ହନୁମାନହାଟ ଶୁକ୍ଳସାହିରୁ ଯାଇ ଭୁବନେଶ୍ୱର ଅଶ୍ୱିନୀ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପଜିଟିଭ୍ ବାହାରିଥିବା ବେଳେ ଜଣେ ବାସୁଦେବପୁର ବ୍ଲକର କିସ୍ମତକୃଷ୍ଣପୁର ଗ୍ରାମର ଯାଇ ସମ୍ ହସପିଟାଲରେ ଚିକିତ୍ସା ସମୟରେ ତାଙ୍କର ପଜିଟିଭ୍ ବାହାରିଥିବା ଜଣାଯାଇଛି । ଏହି ସବୁ ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟଜୋନ କରାଯାଉଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.