Home କେନ୍ଦୁଝର ପଞ୍ଚାୟତକୁ ନାହିଁ ଅନଲାଇନ ଯୋଗଯୋଗ, ପଞ୍ଚାୟତ କାର୍ଯ୍ୟାଳୟରେ ଅଚଳାବସ୍ଥା

ପଞ୍ଚାୟତକୁ ନାହିଁ ଅନଲାଇନ ଯୋଗଯୋଗ, ପଞ୍ଚାୟତ କାର୍ଯ୍ୟାଳୟରେ ଅଚଳାବସ୍ଥା

137

ହାଟଡ଼ିହି, ୨୦/୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର କୌଣସି ପଞ୍ଚାୟତକୁ ଅନଲାଇନ ଯୋଗଯୋଗର ବ୍ୟବସ୍ଥା ନଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକ ଏକପ୍ରକାର ଅଚଳ ହୋଇପଡିଛି । ଦୀର୍ଘ ବର୍ଷ ହେଲା ପ୍ରତି ପଞ୍ଚାୟତକୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟରେ ନଲାଗି ନଷ୍ଟ ହେବାକୁ ବସିଲାଣି । ଖବରରୁ ଜଣାଯାଇଛି ଯେ ସରକାର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକୁ ଅନଲାଇନ କରିବାପାଇଁ ନିଷ୍ପତି ନେଇ ୧୦/୧୨ବର୍ଷ ପୁର୍ବେ ବ୍ଲକର ୩୧ଟି ପଞ୍ଚାୟତ ମଧ୍ୟରୁ ୨୭ଟି ପଞ୍ଚାୟତକୁ କମ୍ପ୍ୟୁଟର ଯୋଗାଇ ଦେଇଥିଲେ । ୪ଟି କମ୍ପ୍ୟୁଟର ବ୍ଲକ କାର୍ଯ୍ୟାଳୟରୁ ଚୋରୀ ହୋଇଯିବାରୁ ୪ଟି ପଞ୍ଚାୟତକୁ ଯେଗାଯାଇ ପାରି ନଥିଲା । ଏହା ଦ୍ୱାରା ପଞ୍ଚାୟତର ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ କରାଯିବା ଓ ପଞ୍ଚାୟତ ସହିତ ସହିତ ସିଧାସଳଖ ଯୋଗାଯୋଗ ହୋଇପାରିବାର ଯୋଜନା ରଖାଯାଇଥିଲା । ଏଥିପାଇଁ ଗତ ୬ବର୍ଷ ତଳେ ପ୍ରତିପଞ୍ଚାୟତକୁ ବି.ବି.ଏଲ.ଏନ ଦ୍ୱାରା ବ୍ରଡବ୍ରାଣ୍ଡ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଗାତ ଖୋଳାଯାଇ କେବୁଲ କନେକସନ ଦିଆଯାଇଥିଲା । ମାତ୍ର ୬ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ କୌଣସି ପଞ୍ଚାୟତକୁ ବ୍ରଡବ୍ରାଣ୍ଡ ସେବା ଯୋଗାଇ ଦିଆଯାଇ ନାହିଁ । କମ୍ପାନୀ କାମ ସମ୍ପୁର୍ଣ୍ଣ ନକରି ଟଙ୍କା ନେଇ ପାର ହୋଇଯାଇଥିବାବେଳେ ଏବେ ପଞ୍ଚାୟତ କର୍ତ୍ତୁପକ୍ଷ ଭକୁଆ ସାଜି ଅନଲାଇନ ସେବାକୁ ଚାହିଁଁ ବସିଛନ୍ତି । ଏବେ ପଞ୍ଚାୟତ ମାନଙ୍କରେ ଏମ.ଜି.ଏନ.ଆର.ଇ.ଜି.ଏସ, ଗ୍ରାମୀଣ ଆବାସ ଯୋଜନା, ହରିଶ୍ଚନ୍ଦ୍ର ସହାୟତା, ପିଡିଏସ, ଆଦି ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ଅନଲାଇନ ଜରିଆରେ ହେଉଥିବାବେଳେ କୌଣସି ପଞ୍ଚାୟତ ଏହାକୁ କରିପାରୁ ନାହାନ୍ତି । ପଞ୍ଚାୟତ ମାନଙ୍କରେ ଅନଲାଇନ ବ୍ୟବସ୍ଥା ନଥିବାରୁ ପିଇଓ ଏବଂ ଜିଆରଏସ ମାନେ ନିୟମିତ ବ୍ଲକ କାର୍ଯ୍ୟାଳୟକୁ ଆସି କିମ୍ବା ବାହାରେ ନିଜହାତରୁ ଖର୍ଚ୍ଚକରି ଏହି କାମ କରି ବାକୁ ବାଧ୍ୟ ହେଉଛନ୍ତି । ଏହାକୁନେଇ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାର କେବଳ ଯୋଜନା ଗୁଡିକ କାଗଜ କଲମରେ କରିଦେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ବାସ୍ତବରେ ତାହା କେତେଦୁର କାର୍ଯ୍ୟକ୍ଷମ ହେଲା ତାହା ଦେଖୁ ନଥିବାରୁ ଟଙ୍କାତକ ପାଣିରେ ପଡିବା ସାର ହେଉଛି । କେନ୍ଦୁଝର ଜିଲ୍ଲାପାଳ ଏହାକୁ ଗୁରୁତର ସହ ବିଚାରକରି ପ୍ରତି ପଞ୍ଚାୟତକୁ ଅନଲାଇନ ସେବା ଯେଗାଇ ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.