Home ଜିଲ୍ଲା ପରିକ୍ରମା ଜିଲ୍ଲାରୁ ନୂଆ ୨୭ ଆକ୍ରାନ୍ତ ଚିହ୍ନଟ, ଜଣଙ୍କର ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

ଜିଲ୍ଲାରୁ ନୂଆ ୨୭ ଆକ୍ରାନ୍ତ ଚିହ୍ନଟ, ଜଣଙ୍କର ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

53

ଭଦ୍ରକ, ୩ । ୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାରୁ ଆଉ ୨୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ୮୨୩ ହୋଇଛି । ଏମାନଙ୍କ ମଧ୍ୟରୁ ମୋଟ ୬୫୬୭ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଆକ୍ଟିଭ ଆକ୍ରାନ୍ତ ୨୩୯ଜଣ ଅଛନ୍ତି । ତେବେ ଆଜି କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଛି । ଆଜି ସୁଦ୍ଧା ଜିଲ୍ଳାରୁ ମୋଟ ୧ଲକ୍ଷ ୨୮ହଜାର ୭୬୦ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଆଜି ଚିହ୍ନଟ ଆକ୍ରାନ୍ତମାନେ ବାସୁଦେବପୁର ବ୍ଳକର ୭ଜଣ, ବାସୁଦେବପୁର ପୌରପାଳିକାର ଜଣେ, ଭଦ୍ରକ ବ୍ଳକର ୬ଜଣ, ଭଦ୍ରକ ପୌରପାଳିକାର ୫ଜଣ, ବନ୍ତ ବ୍ଲକର ୩ଜଣ, ଭଣ୍ଡାରିପୋଖରୀ ବ୍ଲକର ଜଣେ, ଚାନ୍ଦବାଲି ବ୍ଳକର ଜଣେ, ଚାନ୍ଦବାଲି ଏନ୍‌ଏସିର ଜଣେ, ଧାମନଗର ବ୍ଲକର ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.