Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ କୋଭିଡ଼ ହସ୍‌ପିଟାଲ ପରିଦର୍ଶନ

ଜିଲ୍ଲାପାଳଙ୍କ କୋଭିଡ଼ ହସ୍‌ପିଟାଲ ପରିଦର୍ଶନ

51

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ଭଦ୍ରକ ମେଡିକାଲ ପରିସରସ୍ଥ କୋଭିଡ଼ ୱାର୍ଡ, ଓଡଙ୍ଗ କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା, ସେମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟର ଗୁଣବତ୍ତା ଆଦି ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲାପାଳ ଓଡ଼ଙ୍ଗ ଠାରେ ସ୍ଥାନୀୟ ସରପଞ୍ଚ, ବନ୍ତ ବିଡିଓଙ୍କ ସହିତ କରୋନା ସଂକ୍ରମଣ ସଂକ୍ରାନ୍ତରେ ପଚାରି ବୁଝିଥିଲେ । ଆଶାକର୍ମୀମାନେ ଘରକୁ ଘର ବୁଲି ଉପଯୁକ୍ତ ସର୍ବେକ୍ଷଣ କରୁଛନ୍ତି କି ନା ସେ ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ଼ ୱାର୍ଡ ପରିଦର୍ଶନ କରିଥିଲେ । ସେଠାରେ ଆକ୍ରାନ୍ତଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିବା ସହ ଆକ୍ରାନ୍ତଙ୍କ ନିମନ୍ତେ ହେଉଥିବା ରୋଷେଇ ସ୍ଥଳକୁ ଯାଇ ଖାଦ୍ୟ ପ୍ରସ୍ତୁତି ଦେଖିଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡାକ୍ତର ସନ୍ତୋଷ ପାତ୍ର, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.