Home କୋରାପୁଟ ଜିଲ୍ଲାପ୍ରଶାସନ ଓ ରେଳବାଇ କର୍ତୂପକ୍ଷଙ୍କଠାରୁ ପ୍ରତିଶୃତି ପାଇଲା ପରେ ରେଳରୋକ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଜିଲ୍ଲାପ୍ରଶାସନ ଓ ରେଳବାଇ କର୍ତୂପକ୍ଷଙ୍କଠାରୁ ପ୍ରତିଶୃତି ପାଇଲା ପରେ ରେଳରୋକ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

26

କୋରାପୁଟ ୨୬-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ପ୍ରଶାସନ ଓ ରେଳବାଇ କର୍ତୂପକ୍ଷଙ୍କଠାରୁ ପ୍ରତିଶୃତି ପାଇଲା ପରେ ରେଳରୋକ ଆନ୍ଦୋଳନରୁ ଗ୍ରାମବାସୀ ଓହରିଯାଇଥିବା ଜଣାପଡିଛି । ଗତ ୧୦ ତାରିଖ ଦିନ ରେଳବାଇ କର୍ତୂପକ୍ଷ ମୁସୁରିଆଗୁଡା ରେଳ ଲାଇନଠାରେ ବାରିକେଡ ଓ ରାସ୍ତା ଖୋଲି ଦେଇଥିବା କାରଣରୁ ଗ୍ରାମବାସୀମାନେ ଗତ ୧୫ ତାରିଖଦିନ କୋରାପୁଟ ଜିଲ୍ଲାପାଳ , ଏସପି ଓ ରେଳବାଇ ଡିଆରଏମଙ୍କୁ ଦାବିପତ୍ର ଦେଇ ମୁସୁରିଆଗୁଡାଠାରେ ଏକ ପୁସିଂ ବ୍ରିଜ ନିର୍ମାଣ କରିବା ସହ ବାରିକେଡକୁ ଉଠାଇଦେବାକୁ ଦାବିପତ୍ର ଦେଇଥିଲେ ।୨୬ ତାରିଖ ଦିନ ଦାବି ପୂରଣ କରିବା ନିମନ୍ତେ ରେଳରୋକୋ କରିବେ ବୋଲି ଜିଲ୍ଲା ପ୍ରଶାସନକୁ ଗତ ୨୨ ତାରିଖରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ମୁସିରିଆଗୁଡାଠାରେ ୬ ଟି ଗ୍ରାମର ଗ୍ରାମବାସୀମାନେ ଏକତ୍ରୀତ ହୋଇ ରେଳରୋକ କରିବାକୁ ଯାଉଥିବା ସମୟରେ ପୋଲିସ  ଓ ଜିଲ୍ଲା ପ୍ରଶାସନ ତରଫରୁ ରେଳବାଇ ଅଧିକାରୀ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ ।ସେହି ଅନୁସାରେ ଗ୍ରାମବାସୀମାନେ ଅପେକ୍ଷା କରିଥିଲେ ।ରେଳବାଇ ଏଇଏନ ବି.ଏସ.ମୂର୍ତି  ଘଟଣାସ୍ଥଳରେ ପହଂଚିବା ପରେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ଓ କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଗୁଣନିଧି ମଲ୍ଲିକଙ୍କ ସ୍ଥିତିରେ  ଆଲୋଚନା କରାଯାଇଥିଲା ।୧୦ ଦିନ ମଧ୍ୟରେ ଏକ ଆମ୍ବୁଲାନସ ଯିବା ଭଳି ରାସ୍ତା ନିର୍ମାଣ କରିବେ ବୋଲି ରେଳବାଇ ଅଧିକାରୀ ପ୍ରକାଶ କରିବା ପରେ ରେଳରୋକ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିଲା ବୋଲି କୋରାପୁଟ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ବାଖ୍ୟା ସୂଚନା ଦେଇଛନ୍ତି ।ପୁସିଂ ବ୍ରିଜ ନିର୍ମାଣ ନିମନ୍ତେ କେତେ ଅର୍ଥ ଖର୍ଚ୍ଚ ହେବ ତାହା ରେଳବାଇ କର୍ତୂପକ୍ଷ ଜିଲ୍ଲା ପ୍ରଶାସନକୁ ଜଣେଇବେ ବୋଲି ସେ ପ୍ରକାଶ କରିଛନ୍ତି ।ଯଦି ୧୦ ଦିନ ମଧ୍ୟରେ ରାସ୍ତା ନ ଦିଅନ୍ତି ତେବେ ଆନ୍ଦୋଳନ ତ୍ରୀବତର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନିପତି , କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି ,ପୂର୍ବତନ ବିଧାୟକ ନିମାଇଁ ସରକାର , କଂଗ୍ରେସ ନେତା ରୁପୁକ ତୁରୁକ ,କୃଷ୍ଣ କୁଲଦୀପ ଓ  ବାବୁଲା ବେନିଆ ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ଧାରଣାସ୍ଥଳରେ ଉପସ୍ଥିତ ଥିଲେ ।କୋରାପୁଟ ତହସିଲଦାର ରଂଜନ କୁମାର ମାନସେଠ , ସଦରଥାନା ଭାରପ୍ରାପ୍ତ ଅଧିକାରୀ ସମର୍ପିତା ସ୍ୱାଇଁ ଓ ରେଳବାଇ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.