Home Top News ପିପିଲି ଉପ-ନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡ଼ି ଟିକେଟ୍

ପିପିଲି ଉପ-ନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡ଼ି ଟିକେଟ୍

74

ଭୁବନେଶ୍ୱର ୨୬-୩ (ଓଡ଼ିଆ ପୁଅ) ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଉପ ନିର୍ବାଟନ ହେଉଛି। ତେବେ ପ୍ରଦୀପ ମହାରଥୀଙ୍କ ନିର୍ବାଚନ ରଣଭୂମି କୁହାଯାଉଥିବା ପିପିଲି ଆସନ ପାଇଁ ଦିବଙ୍ଗତନେତା ପ୍ରଦୀପ ମହାରଥୀଙ୍କୁ ପୁଅ କି ପତ୍ନୀ କାହାକୁ ଟିକେଟ ମିଳିବ ସେଥିପାଇଁ ସସପେନ୍ସ ଜାରୀ ରହିଥିଲା। ତେବେ ଶେଷରେ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍‌ ଦେଇଛି ବିଜୁ ଜନତା ଦଳ। ରୁଦ୍ର ପ୍ରତାପ ମହାରଥୀଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ଆସନ୍ତାମାସ ଅର୍ଥାତ୍‌ ଏପ୍ରିଲ ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.