Home ଓଡ଼ିଶା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ – ଏସ୍ ଛଚିନା ପଞ୍ଚାୟତ ୭ ଦିନ ପାଇଁ...

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ – ଏସ୍ ଛଚିନା ପଞ୍ଚାୟତ ୭ ଦିନ ପାଇଁ ସଟ୍ ଡାଉନ୍

139

କୋଦଳା ୧୨ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ।) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଂଜାମ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ବିଭିନ୍ନ ପଞ୍ଚାୟତ ଗୁଡ଼ିକୁ ଜିଲ୍ଲାପାଳ କ୍ଷମତା ବଳରେ ସରପଞ୍ଚ ମାନେ ସଟ୍ ଡାଉନ୍ କରୁଛନ୍ତି। ଜିଲ୍ଲାର ବେଗୁନିଆପଡ଼ା ବ୍ଳକର ଏସ୍ ଛଚିନା ପଞ୍ଚାୟତକୁ ସରପଞ୍ଚ ବିନୋଦିନି ନାୟକ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି। ଉକ୍ତ ପଂଚୟତରେ ୪ ଜଣଙ୍କ କରୋନା ପଜିଟିଭି ଥିବା ରିପୋର୍ଟ ଅସିବା ପରେ ଶନିବାର ଦିନ ସରପଞ୍ଚ ବିଡ଼ିଓ ଓ ତହସିଲଦାର, ଥାନା ଅଧିକାରୀ ଙ୍କୁ ଜଣାଇବା ସହ ପଞ୍ଚାୟତକୁ ୭ ଦିନିଆ ସଟ ଡାଉନ ଜାରୀ କରିଛନ୍ତି। ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ପଂଚୟତରେ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ସୋମବାର ଠାରୁ ଏହି ସଟ ଡାଉନ ଜାରି ହେବ ବୋଲି ସୂଚନା ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ସରକାରଙ୍କ ନିୟମ ଅନୁସାରେ ଉପଲବ୍ଧ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାନବାହାନ ଚଳାଚଳ, ଦୋକାନ ବଜାର ଖୋଲା ଉପରେ ଅଂକୁଶ ଲଗାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.