Home ଅନୁଗୁଳ ସଟ୍ ଡାଉନ୍ ପରେ ଜଗନ୍ନାଥପୁର ପଂଚାୟତ ଅଂଚଳ ଶୂନଶାନ୍‌

ସଟ୍ ଡାଉନ୍ ପରେ ଜଗନ୍ନାଥପୁର ପଂଚାୟତ ଅଂଚଳ ଶୂନଶାନ୍‌

124

ତାଳଚେର,୧୨/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ବ୍ଲକ ଜଗନ୍ନାଥପୁର ଗ୍ରାମ ପଂଚାୟତରେ ଗତ କାଲି ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସଂକ୍ରମଣକୁ ରୋକିବା ପାଇଁ ବିହିତ ପଦକ୍ଷେପ ସ୍ୱରୂପ ଏହାର ସରପଂଚ ନରେନ୍ଦ୍ର ନାହାକ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଜୁଲାଇ ୧୨ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ୭ ଦିନ ସକାଶେ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ତେବେ ଉକ୍ତ ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଏଣେ ତେଣେ ବୁଲାବୁଲି କରିଥିବାର ମଧ୍ୟ ସୂଚନା ମିଳିଛି । ସଟ୍ ଡାଉନ୍ ପ୍ରଭାବରେ ଆଜି ପଂଚାୟତ ଅଧିନସ୍ଥ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଥିବା ବେଳେ ଲୋକେ ମଧ୍ୟ ଘରୁ ବାହାରିବାକୁ ଶ୍ରେୟସ୍କର ମନେ କରିଛନ୍ତି । ପଂଚାୟତ ଏକ ପ୍ରକାରର ଶୂନଶାନ ହୋଇଯାଇଥିବାର ଲକ୍ଷ୍ୟ କରାଯାଇଛି । ପଂଚାୟତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ପୋଲିସର କଡ଼ା ପାଟ୍ରୋଲିଂ ବ୍ୟବସ୍ଥା ଜାରି ରହିଛି । ଲୋକଙ୍କୁ ମଧ୍ୟ ବିନା କାରଣରେ ଘରୁ ବାହାରିବାକୁ ବାରଣ କରାଯାଇଛି । ଜଗନ୍ନାଥପୁର ପଂଚାୟତ ନିକଟରେ ଏନ୍‌.ଟି.ପି.ସି /ତାଳଚେର ଥର୍ମାଲ ପ୍ଲାଂଟର ଅବସ୍ଥିତି ଥିବାବେଳେ ଏହି ସଟ୍ ଡାଉନ୍ କୁ ସମ୍ପୂର୍ଣ୍ଣ ସହଯୋଗ ପୂର୍ବକ କାରଖାନାର ୨ ମୂଖ୍ୟ ଗେଟ୍ କୁ ବନ୍ଦ କରିବାସହ କେବଳ ନିହାତି ଜରୁରୀ ଥିବା ବ୍ୟକ୍ତିଙ୍କୁ ଭିତରକୁ ଯିବାକୁ ଅନୁମତି ଦେଉଛି । ତେବେ ସଟ୍ ଡାଉନ୍ ସମୟରେ ଆଦି ଅତ୍ୟାବଶ୍ୟକ ସେବା ଯେପରିକି, ସମସ୍ତ ଔଷଧ ଦୋକାନ,ଜରୁରୀ ସେବାରେ ନିୟୋଜିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର କାର୍ଯ୍ୟରତ କର୍ମଚାରୀ, ଜଳ ଯୋଗାଣ ଓ ପରିମଳ କାର୍ଯ୍ୟ,ବିଦ୍ୟୁତ ଯୋଗାଣ ଓ ବଂଟନ,ରେଳ ଯାତାୟତ,ଶିିଳ୍ପାନୁଷ୍ଠାନ (୫୦% କର୍ମଚାରୀ),ପେଟ୍ରୋଲ ପମ୍ପ,ରାଜ୍ୟ ରାଜପଥ ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିିଛି । ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମାବଳୀକୁ ମାନି ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖି ହାତ ଧୋଇବା    ଓ ମାସ୍କ ପିନ୍ଧିବାକୁ ସରପଂଚ ଶ୍ରୀ ନାହାକ ସମସ୍ତଙ୍କୁ ଅନୁରୋଧ କରିବାସହ ଅଦ୍ୟାବଧି ପଂଚାୟତବାସୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.