Home କୋରାପୁଟ   କୋରାପୁଟ ଜିଲ୍ଲାରେ ୬୩ଜଣ କରୋନା ପଜିଟିଭ ଚିହ୍ନଟ

  କୋରାପୁଟ ଜିଲ୍ଲାରେ ୬୩ଜଣ କରୋନା ପଜିଟିଭ ଚିହ୍ନଟ

63

କୋରାପୁଟ ୧୫-୦୬(ଓଡିଆ ପୁଅ /ରଂଜନ ଦାସ)  କୋରାପୁଟ ଜିଲ୍ଲାରେ ମଙ୍ଗଳବାର ଦିନ  ୨୯ଜଣ ମହିଳାଙ୍କ ସମେତ  ୬୩ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୦୩୭ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୫ ଜଣ  ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୧୪,ସୁନାବେଡା ପୌରାଂଚଳରୁ  ୫ ଓ କୋଟପାଡ ଏନଏସିରୁ ୩ ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ବନ୍ଧୁଗାଁ ,ଦଶମନ୍ତପୁର,ଜୟପୁର,ପଟ୍ଟାଙ୍ଗୀ  ଓ ସେମିଲିଗୁଡା ବ୍ଲକରୁ ଆଜି କେହି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡିଛି । ସେହିପରି  ବୈପାରିଗୁଡା ବ୍ଲକରୁ ୯,ବୋରିଗୁମ୍ମା ବ୍ଲକରୁ ୩ ଓ କୋରାପୁଟ ବ୍ଲକରୁ ୨  ଜଣ  ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୧,କୁନ୍ଦୁରା ବ୍ଲକରୁ ୫,ଲମତାପୁଟ ବ୍ଲକରୁ ୧,ଲକ୍ଷ୍ମୀପୁର ବ୍ଲକରୁ ୧୧,ନନ୍ଦପୁର ବ୍ଲକରୁ ୧,ନାରାୟଣପାଟଣା ବ୍ଲକରୁ ୩  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୧୪  ତାରିଖ ସୁଦ୍ଧା ୩ ଲକ୍ଷ  ୧୧ ହଜାର ୬୩୮  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୧୪ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୫୭୨୭  ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୨୬୬ଟି ସକ୍ରୀୟ କେସ  ରହିଛି ଓ  ୪୪ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.