Home ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହେଲା ‘ମୋ ନିବେଦନ “କାର୍ଯ୍ୟକ୍ରମ: ଏଣିକି ପ୍ରତି ମାସରେ ହେବ...

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହେଲା ‘ମୋ ନିବେଦନ “କାର୍ଯ୍ୟକ୍ରମ: ଏଣିକି ପ୍ରତି ମାସରେ ହେବ ପଞ୍ଚାୟତ ସ୍ତରୀୟ ଜନଶୁଣାଣି

258

କୋଦଳା :୧୧/୦୮ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଜନସାଧାରଣଙ୍କ ଅଭିଯୋଗ ସେମାନଙ୍କ ହାତ ପାହାନ୍ତାରେ ସମାଧାନ କରିବା ପାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ନୂତନ ଅଭିଯୋଗ ଶୁଣାଣି ବ୍ଯବସ୍ଥା ଆଜିଠାରୁ ଆରମ୍ଭ କରିଛନ୍ତି। ଏହା ମୁଖ୍ୟତଃ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ତଥା ପଞ୍ଚାୟତ କାର୍ଯ୍ୟାଳୟ ମାନକଂରେ ଅନୁଷ୍ଠିତ ହେଉଛି। ପଞ୍ଚାୟତ ସ୍ତରୀୟ ଏହି ଅଭିଯୋଗ ଶୁଣାଣୀକୁ ‘ମୋ ନିବେଦନ “କାର୍ଯ୍ୟକ୍ରମ ଭାବରେ ଏହି ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ପଞ୍ଚାୟତ ସ୍ତରୀୟ ପ୍ରତି ଗ୍ରାମ ଗୁଡିକରେ ବିଭିନ୍ନ ପ୍ରକାର ସମସ୍ଯା ତଥା ଲୋକମାନଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦିଆଯାଇ ସେସବୁର ସମାଧାନ କରିବା ପାଇଁ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତି କ୍ରମେ ସମାଧାନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବେଗୁନିଆପଡ଼ା ବ୍ଳକର କେ ବରିଡ଼ା ଓ ଖଣ୍ଡିଆନଈ ପଞ୍ଚାୟତରେ ଶୁକ୍ରବାର ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହି ଲୋକକଂ ଅଭିଯୋଗ ଶୁଣିଥିଲେ।ବାର୍ଧକ୍ୟ ଓ ବିଧବା ଭତ୍ତା, ଆବାସ ଗୃହ, ବିଜୁଳି ସମସ୍ଯା, ପାଣି ସମସ୍ଯା ଭଳି ଅଭିଯୋଗ ଗୁଡିକର ଶୁଣାଣି କରାଯାଇଥିଲା।ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିଲା ବେଳେ ଆସନ୍ତା ମାସ ଠାରୁ ଦିତୀୟ ଓ ଚତୁର୍ଥ ଶୁକ୍ରବାରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବ୍ଲକର ୨ ଗୋଟି ପଞ୍ଚାୟତରେ ପୂର୍ବାହ୍ନ ଓ ଅପରାହ୍ନରେ ଏହି କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି। ଏଥିରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସ୍ଥାନୀୟ ପୋଲିସ, ବ୍ଲକ ମଂଗଳ ଅଧିକାରୀ, ଶିଶୁ ବିକାଶ ଅଧିକାରୀଣୀ, କୃଷି ସଂପ୍ରସାରଣ ଅଧିକାରୀଙ୍କ ଭଳି ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.