Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ଆହର କେନ୍ଦ୍ର ପରିଦର୍ଶନ,ଖାଦ୍ୟର ମାନ ଜାଚଂ,୬ଟି ଏ.ସି ଓ ଜଳବିଶୋଧକ ଲଗାଇବା ପାଇଁ ପରାମର୍ଶ

ଜିଲ୍ଲାପାଳଙ୍କ ଆହର କେନ୍ଦ୍ର ପରିଦର୍ଶନ,ଖାଦ୍ୟର ମାନ ଜାଚଂ,୬ଟି ଏ.ସି ଓ ଜଳବିଶୋଧକ ଲଗାଇବା ପାଇଁ ପରାମର୍ଶ

128

ମାଲକାନଗିରି,୨୪ା୧୦ (ଓଡିଆ ପୁଅ ) ସବୁଜିଲ୍ଲାକୁ ମନ୍ତ୍ରୀ ଗସ୍ତକରି ଜିଲ୍ଲାରେ ଥିବା ଆହର କେନ୍ଦ୍ର,ଆଦିବାସୀ ହରିଜନ ମଙ୍ଗଳବିଭାଗର ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଯୋଗାଇ ଦିଆ ଯାଉଥିବା ଖାଦ୍ୟ ଖାଇ ତାର ମାନ ଜାଚଂ କରିବାପାଇଁ ରାଜ୍ୟମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାଲକାନଗିରି ଜିଲ୍ଲାକୁ କେହି ମନ୍ତ୍ରୀ ଗସ୍ତରେ ଆସି ନଥିବାରୁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ମାଲକାନଗିରି ଜିଲ୍ଲାସଦର ମହକୁମା ବସଷ୍ଟାଣ୍ଡ ଠାରେ ଥିବା ଆହର କେନ୍ଦ୍ର ପରିଦର୍ଶନ କରି ଗୋଦାମ ଗୃହକୁ ଯାଇ ଗୋଦାମରେ ଗଛିତ ଥିବା ଚାଉଳ,ଡାଲି,ପନିପରିବା ଓ ରୋଷେଇ ସାମଗ୍ରୀ,ଜାଚଂ କରିବା ସହିତ ସେଠାରେ ପ୍ରସ୍ତୁତ ଖାଦ୍ୟ ଖାଇ ଥିବାର ଜଣାପଡିଛି । ସେଠାରେ ଖାଉଥିବା କିଛି କଲେଜ ଛାତ୍ର,ବସ ଯାତ୍ରୀମାନଙ୍କୁ ଜିଲ୍ଲାପାଳ ଭେଟି ଆହର କେନ୍ଦ୍ରର ଖାଦ୍ୟ କିପରି ଅଛି ସେ ସଂପର୍କରେ ସେମାନଙ୍କୁ ପଚାରିବୁଝିଥିଲେ । ଆହର କେନ୍ଦ୍ରଟିକୁ ସଫାସୁତର ରଖିବାସହିତ ଏହି କେନ୍ଦ୍ରରେ ୬ଟି ଶୀତତାପ ନିୟନ୍ତ୍ରୀତ ଯନ୍ତ୍ର ଲଗାଇବା ସହିତ ବିଶୁଦ୍ଧ ପାନୀୟଜଳ ନିମନ୍ତେ ଜଳ ବିଶୋଧକ ଲଗାଇବା ପାଇଁ ବିଭାଗାୟୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ପୌରପରିଷଦ ନିର୍ବାହି ଅଧିକାରୀ ଡି.ନିଳକଠଂ ନାଇଡୁ ଓ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଆହର କେନ୍ଦ୍ରଟିକୁ ଏକ ସ୍ୱେଚ୍ଛାସେବୀ ସଂସ୍ଥାର ମହିଳା ସ୍ୱୟଂସହାକ ଗୋଷ୍ଠି ପରିଚାଳନା ଦାଇତ୍ୱ ନେଇଛନ୍ତି । ପ୍ରତି ଦିନ ୫ଟଙ୍କା ଲେଖାରେ ୫୦୦ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.