Home ଜିଲ୍ଲା ପରିକ୍ରମା ଛୁରା ମରା ଘଟଣା,୩ଗୁରୁତର କୋରାପୁଟ ହସପିଟାଲରେ ଅପରେସନ ପରେ ସୁସ୍ଥ , ଦୁଇ ଅଭିଯୁକ୍ତ ପୁଲିସ...

ଛୁରା ମରା ଘଟଣା,୩ଗୁରୁତର କୋରାପୁଟ ହସପିଟାଲରେ ଅପରେସନ ପରେ ସୁସ୍ଥ , ଦୁଇ ଅଭିଯୁକ୍ତ ପୁଲିସ ହେପାଜତରେ ଚିକିତ୍ସିତ

164

ମାଲକାନଗିରି,୨୪ା୧୦ (ଓଡିଆ ପୁଅ ) ମଙ୍ଗଳବାର ରାତ୍ରରେ ମାଲକନଗିରି ଜିଲ୍ଲା କାଲିମେଳା ଥାନାସ୍ଥ ଏମପିଭି ୩୩ଗ୍ରାମରେ ଦୁଇସଉତୁଣୀ ଙ୍କ ବିବାଦ ତୁଟାଇବା ସମୟରେ ଗ୍ରାମସଭା ପାଲଟିଥିଲା ରଣ କ୍ଷେତ୍ର,ଅଭିଯୁକ୍ତ ଯୁବକର ଛୁରାମାଡରେ ୨ଜଣଙ୍କର ମୃତ୍ୟୁ ହେବାସହ୪ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଆହତ ସଚିନମିସ୍ତ୍ରୀ,ସୁମିତ୍ରା ରାୟ,ଅଜୁଂସନା, ଙ୍କୁ ମାଲକାନଗିରି ଜିଲ୍ଲାହସପିଟାଲରେ ଚିକିତ୍ସା କରିବାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେ ତନିଜିଣଙ୍କୁ କୋରାପୁଟ ହସପିଟାଲରେ ଡାକ୍ତରମାନେ ଅସ୍ରପୋଚାର କରିବାପରେ ସେମାନଙ୍କ ଅବସ୍ଥାରେ ଉନ୍ନତି ଘଟିଛି ,ମାଲକାନଗିରି ହସପିଟାଲରେ ଚିକିତ୍ସିତ ହେଉଥିବା ମନୋରଜଂନ ମଣ୍ଡଳ ଏବେ ସୁସ୍ଥ ଅଛନ୍ତି,ତାଙ୍କୁ ଆସନ୍ତା କାଲି ଡାକ୍ତରଖାନାରୁ ଘରକୁ ଛଟେଇ କରିଦିଆଯିବ, ମୁଖ୍ୟଅଭିଯୁକ୍ତ ବିଧାନ ମିର୍ଦ୍ଦା କୋରାପୁଟ ହସପିଟାଲରେ ଓ ତାଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ମିର୍ଦ୍ଦା ମାଲକାନଗିରି ଜିଲ୍ଲା ହସପିଟାଲରେ ପୁଲିସ ହେପାଜତପେ ଚିକିତ୍ସିତ ହେଉଛନ୍ତି ସେ ଦୁହେଁ ମଧ୍ୟ ସୁସ୍ଥଅଛନ୍ତି,ସେ ଦୁହେଁ ହସପିଟାଲରୁ ଡିସଚାର୍ଜ ହେଲାପରେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ । ବର୍ତମାନ ଏମପିଭି୩୩ ଗ୍ରାମରେ କିଛି ଉତେଜନା ନାହିଁ କି ଗ୍ରାମବାସୀ ଭୟଭିତହେବାର କିଛି କାରଣ ନାହିଁ ବୋଲି ମାଲକାନଗିରି ଏସପି ରିଶିକେଶ ଖିଲାରୀ ଡି କହିଛନ୍ତି । ପୁଲିସ ସୁଚନା ଅନୁଯାଇ କାଲିମେଳା ଥାନାସ୍ଥ ଏମପିଭି୩୩ ଗ୍ରାମରେ ଏକ ଘରୋଇ କଳହକୁ ସମାଧାନ କରିବାପାଇଁ ମଙ୍ଗଳବାର ରାତ୍ରରେ ବିଧାନ ମିର୍ଦ୍ଦା ଙ୍କ ଘର ନିକଟରେ ଗ୍ରାମସଭାର ଆୟୋଜନ କରାଯାଇ ମହିଳା ସ୍ୱୟଂସହାୟକ ଗୋଷ୍ଠିର ମହିଳା ଓ କିଛି ଗ୍ରାମମୁଖିଆ ବୈଠକ ବସିଥିଲେ । ବିଧାନ ମିର୍ଦ୍ଦା(୪୬)ଙ୍କର ଦୁଇଟି ପତ୍ନୀଥିବାରୁ ସବୁବେଳେ ଦୁଇସଉତୁଣୀଙ୍କ ମଧ୍ୟରେ ଝଗଡା ଲାଗିଥାଏ । ବିଧାନ ଙ୍କ ପ୍ରଥମପତ୍ନୀ ସୁଦେସ୍ନା ମିର୍ଦ୍ଦାଙ୍କୁ ହତାଦାର କରି ମାଡଧର ସବୁବେଳେ କରିଥାନ୍ତି ଓ ଦ୍ୱିତୀୟପତ୍ନୀ କଳ୍ପନା ମିର୍ଦ୍ଦା ଙ୍କୁ ଭଲପାଇ ତାଙ୍କୁ ଭଲରେ ରଖିଥାନ୍ତି । ପ୍ରଥମ ସ୍ତ୍ରୀ ସୁଦେସ୍ନା ସ୍ୱାମୀ ବିରୋଧରେ ଗ୍ରାମ ପଲ୍ଲୀମଙ୍ଗଳ କମିଟିରେ ଏ ସଂପର୍କରେ ଅଭିଯୋଗ କରିବାରୁ ପଲ୍ଲୀମଙ୍ଗଳ କମଟି ଓ ଗ୍ରାମର ଏସଏଚଜି ମହିଳା ମାନେ ଏହାର ସମାଧାନ କରିବା ପାଇଁ ବିଧାନ ଙ୍କ ଘରଆଗରେ ବୈଠକ ଡାକିଥିଲେ । ସେଠାରେ ବିଧାନ ଓ ତାଙ୍କର ଦ୍ୱିତୀୟ ସ୍ତ୍ରୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଧାନଙ୍କୁ ଦୋଶିସ୍ଥାବ୍ୟସ୍ତ କରି ଦୁଇଜଣ ପତ୍ନୀଙ୍କୁ ସମାନ ଭାବେ ଅଧିକାର ଦେବାପାଇଁ କହିଥିଲେ । ଆମ ପାରିବାରିକ ଘଟଣାରେ ତୁମେ ମାନେ କିଏ ସଭାକରିବ ବୋଲି ବିଧାନ ଏସଏଚଜି ମହିଳାମାନଙ୍କୁ କହି ଏହିଘଟଣାରେ ଗ୍ରାମ ବାସୀମାନଙ୍କ ସହିତ ବିଧାନର ଝଗଡା ହୋଇଥିଲା । ଠିକ ସେହି ସମୟରେ କରେଟଂ ପଳାଇଥିଲା ,ଗ୍ରାମବାସୀ ମାନେ ପାଟିତୁଣ୍ଡ କରିବାରୁ ବିଧାନ ଆଗରୁ ଲୁଚାଇରଖିଥିବା ଏକ ଧାରୁଆ ଛୁରୀରେ ଅନ୍ଧାରର ସୁଯୋଗ ନେଇ ଗ୍ରାମବାସୀମାନଙ୍କୁ ଆକ୍ରମଣ କରିଥିଲେ ଅନ୍ଧାରରେ ଗ୍ରାମବାସୀ ମାନେ ଭୟରେ ଧାଁ ଦୌଡ କରିପଳାଉଥିବା ବେଳେ ବିଧାନର ଛୁରା ମାଡରେ ୬ଜଣ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ । ଛୁରା ମାଡରେ ବିଶ୍ୱନାଥ ରାୟ(୪୫) ଓ ବିଧବା ମହିଳା ମାଧବୀ ରାୟଙ୍କ(୫୦)ର ମୃତ୍ୟୁହୋଇଯାଇଥିଲା । ଗୁରୁତର ଆହତ ସଚିନମିସ୍ତ୍ରୀ,ସୁମିତ୍ରା ରାୟ,ଅଜୁଂସନା,ମନୋରଜଂନ ମଣ୍ଡଳ ଙ୍କୁ କାଲିମେଳା ଡାକ୍ତରଖାନରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା, ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲାହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁତର ଆହତ ପଲିମଙ୍ଗଳ ସଭାପତି ସଚିନମିସ୍ତ୍ରୀ,ଏସଏଚଜି ଗୃପର ମହିଳା ସୁମିତ୍ରା ରାୟ,ଅଜୁଂସନା ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କୋରାପୁଟ ସହିଦ ଲକ୍ଷମଣନାୟକ ମେଡିକାଲ କଲେଜ ହସପିଟାଲ କୁ ଉଚତର ଚିକିତ୍ସା ନିମନ୍ତେ ପଠାଯାଇଥିଲା । ସେମାନଙ୍କୁ ଗତକାଲି ଅପରେସନକରା ଯିବାପରେ ଆଜି ସେମାନଙ୍କ ଅବସ୍ଥାରେ ଉନ୍ନତି ଘଟିଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାହସପିଟାଲରେ ଚିକିତ୍ସା ହେଉଥିବା ମନୋରଜଂନ ମଣ୍ଡଳ ଓ କଳ୍ପନା ମିର୍ଦ୍ଦା ଙ୍କ ଅବସ୍ଥା ଭଲଅଛି ସେମାନଙ୍କୁ ଆସନ୍ତାକାଲି ଡିସଚାର୍ଜ କରିଦିଆଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର ସପନକୁମାର ଧିଣ୍ଡା କହିଛନ୍ତି । ଏହି ଘଟଣା ସଂପର୍କରେ ଗ୍ରାମବାସୀ ମାନେ କୁହନ୍ତି, ଛୁରା ମାଡରେ ମୃତା ବିଧବା ମହିଳା ମାଧବୀ ରାୟ ଜଣେ ଅତ୍ୟନ୍ତ ଗରିବ ତାଙ୍କ ସ୍ୱାମୀ ନିଶିକାନ୍ତ ରାୟ ଗତ ଦୁଇବର୍ଷତଳେ କିଡନୀ ରୋଗରେ ଆକ୍ର୍‌ାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ମାଧବୀ ଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି ମାଧବୀ ଗାଁର ଗାଇଗୋଠ ଚରାଇ ଚଳୁଥିଲେ, ଛୁରା ମାଡରେ ମୃତ ଅନ୍ୟଜଣେ ବ୍ୟକ୍ତି ବିଶ୍ୱନାଥ ରାୟ ଜଣେ ଗରିବ ଲୋକ ସେ ଘରକୁ ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଏ ଦୁଇଜଣଙ୍କର ମୃତ୍ୟୁ ରେ ସେମାନଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି । ଏହି ମୃତ ଦୁଇପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି । ଅଭିଯୁକ୍ତ ବିଧାନ ମିର୍ଦ୍ଦାଙ୍କ ପ୍ରଥମ ସ୍ତ୍ରୀ ଙ୍କର ଦୁଇଟି ପିଲାଅଛନ୍ତି,ସେମାନେ ଆଗରୁ ଭଲରେ ଚଳୁଥିଲେ । ଗତ୧୨ବର୍ଷ ତଳେ ବିଧାନ ଆନ୍ଦ୍ରପ୍ରଦେଶକୁ କୁଲିକାମ କରିବାକୁ ଯାଇ ସେଠାରେ କାମକରୁଥିବା କଳ୍ପନା ନାମି ଜଣେ ବିବାହିତା ମହିଳା ଙ୍କୁ ଭଲପାଇ ବସିଲେ, ଶେଷରେ ସେହି ମହିଳାଙ୍କୁ ନିଜଘରକୁ ଆଣି ସ୍ତ୍ରୀ ଭାବେ ରଖିଦେଲେ । ପ୍ରଥମ ସ୍ତ୍ରୀ ଙ୍କୁ ସେହି ଦିନଠାରୁ ହତାଦାର କରି ମାଡମାରିବା ଆରମ୍ଭ କରିଦେଲେ । ସେହିଦିନ ଠାରୁ ଦୁଇସଉତୁଣୀଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ଗତ ସୋମବାର ଦିନ ବିଧାନ ପ୍ରଥମ ସ୍ତ୍ରୀ ଙ୍କୁ ମାଡମାରି ଘରୁ ବାହାର କରିିଦେଉଥିବାରୁ ଗ୍ରାମବାସୀ ମାନେ ଏହାର ସମାଧନପାଇଁ ଗତ ମଙ୍ଗଳବାର ରାତ୍ରରେ ବୈଠକ ଡାକିଥିଲେ । ବିଧାନ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଆଗରୁ ପ୍ରସ୍ତୁତ ହୋଇ ଛୁରୀ ଲୁଚାଇ ବୈଠକକୁ ଆସିଥିବାର ଗ୍ରାମବାସୀ ମାନେ କହିଛନ୍ତି । ଗ୍ରାମବାସୀ ମାନେ ବିଧାନଙ୍କୁ ଦୋଷିସାବ୍ୟସ୍ତ କରିିବାରୁ ସେ ସ୍ୱାମୀ ସ୍ତ୍ରୀ ଦୁହେଁ ରାଗି ଯାଇ ଗ୍ରାମବାସୀ ମାନଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି ବୋଲି ଗ୍ରାମବାସୀ ମାନେ ପୁଲିସ ନିକଟରେ କହିଛନ୍ତି । ଏ ସଂପର୍କରେ କାଲିମେଳା ଥାନା କେସ ନମ୍ବର ୧୬୬/୨୦୧୯, ୩୦୨,୩୦୭, ୨୯୪,୫୦୬, ୩୪ ଦଫାରେ ଅଭିଯୁକ୍ତ ବିଧାନ ଓ ତାଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ଙ୍କ ନାମରେ କେସ ରୁଜୁକରାଯାଇ ତଦନ୍ତ ଜାରିରହିଛି,ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀ ଦୁହେଁ ଙ୍କୁ ପୁଲିସ ହେପାଜତରେ ଚିକିତ୍ସା କରାଯାଉଛି, ସେମାନେ ହସପିଟାଲରୁ ଡିସଚାର୍ଜ ହେଲାପରେ ସେମାନଙ୍କୁ ଗିରଫ କରାଯାଇ ଖୁବଶିଘ୍ର କୋର୍ଟଚାଲାଣ କରାଯିବ ବୋଲି କାଲିମେଳା ଥାନା ଅଧିକାରୀ ଶେଷଦେବ ବେହେରା କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.