Home ଓଡ଼ିଶା ଜିଲ୍ଲାଆଦିବୀସୀ ସଂଘର କ୍ରାନ୍ତି ଦିବସ ପାଳିତ

ଜିଲ୍ଲାଆଦିବୀସୀ ସଂଘର କ୍ରାନ୍ତି ଦିବସ ପାଳିତ

34

ମାଲକାନଗିରି,୫ ।୬ ( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଆଦିବାୀସୀ ସଂଘ ପକ୍ଷରୁ କ୍ରାନ୍ତି ଦିବସ ତାର୍ଲାକୋଟା ସଂଘ କାର୍ଯ୍ୟାଳୟ ଠାରେ କୋଭିଡ ନିୟମପାଳନସହ ପାଳିତ ହୋଇ ଯାଇଛି । ଏହି ଅବସରେ ମୃତ କୃଷକ ନେତା ଓ କୋଭିଡ ଯୋଦ୍ଧା ଙ୍କ ସ୍ମ୍ମୃତି ଉଦେଶ୍ୟରେ ଏକମିନିଟ ନିରବ ପାର୍ଥନା କରାଯାଇଥିଲା । ବିଶ୍ୱ ପରିବେଶ ଦିବସ ସଂପର୍କରେ ଲୋକମାନଙ୍କୁ ବୁଝାଇବା ସହିତ ପିଲାଟିଏ ଜନ୍ମହେଲେ ଗଛଟିଏ ଲଗାନ୍ତୁ, ଜଙ୍ଗଲ ଓ ପରିବେଶକୁ ସୁରକ୍ଷିତ ରଖନ୍ତୁ ।ଦାରିଦ୍ର ଦୁରିକରଣ, ସାମଜିକ ସୁରକ୍ଷା,ପ୍ରବାସୀ ଶ୍ରମିକଙ୍କୁ କର୍ମନିଯୁକ୍ତି ଯୋଗାଇବା,ରବିଧାନ ମଣ୍ଡି ଖୋଲା ଯାଇ ଚାଷୀ ମାନଙ୍କ ଠାରୁ ଧାନକ୍ରୟ ହେଉ,କୃଷକମାରଣ ନିତି କଳାବିଲକୁ ବାତିଲ କରିବା,ଆଦିବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲରାଜ ଗେମେଲ,ଘେନୁମୁଦୁଲି,ସନୁଅନୁଗୁ,ବିଦେଶି ଗୌଡ,କାର୍ତି ଖେମୁଡୁ, ସୋମନାଥ ବାର୍ସେ,ଇନ୍ଦ୍ର ଦୁରୁଆ,ଭଗବତୀ ଦରୁଆ,ସମ୍ବାରୁ ଦୁରଆ, ସିତାରାମ ଦୁରୁଆ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟଉପରେ ଆଲୋଚନା କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.