Home କେନ୍ଦୁଝର ଗାଁ ଗୁଡିକୁ ବିଶୋଧନ ପାଇଁ ସ୍ୱେଚ୍ଛାସେବୀଙ୍କ ଅଭିନବ ପ୍ରୟାସ

ଗାଁ ଗୁଡିକୁ ବିଶୋଧନ ପାଇଁ ସ୍ୱେଚ୍ଛାସେବୀଙ୍କ ଅଭିନବ ପ୍ରୟାସ

64

ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ଅନେକ ପଞ୍ଚାୟତରେ ଏବେ କରୋନା ମହାମାରୀ ବ୍ୟାପିି ଚାଲିଥିବାବେଳେ ଗାଁ ଗୁଡିକୁ ବିଶୋଧନ କରିବାପାଇଁ କିଛି ଅନ୍ନପୁର୍ଣ୍ଣା ଗ୍ରାମୀଣ ଟ୍ରଷ୍ଟର ସ୍ୱେଚ୍ଛାସେବୀ ଯୁବକ ମାନେ ଆଗେଇ ଆସିଛନ୍ତି । ଟ୍ରଷ୍ଟର ସଦସ୍ୟ ବିଶ୍ୱଜିତ ଦାଶ, ଅଶୋକ କୁମାର ସତପଥି, ଦେବୀ ପ୍ରସାଦ ସତପଥି, ପ୍ରଫୁଲ ବାରିକ, କୃପାସିନ୍ଧୁ ପ୍ରଧାନ, ମୁରଲୀଧର ପ୍ରଧାନ ପ୍ରମୁଖ ପ୍ରଥମେ ପଞ୍ଚୁଗୋଛିଆ ଗ୍ରାମର ମୁଗୁପୁର, ନୀଳାପୁର, ଆଡହୁରିଆ, ଯଶୋବନ୍ତପୁର, ନୀଳାପୁର, ବଳଭଦ୍ରପୁର, ଟିକରା, ବରଡି ଓ ପଞ୍ଚୁଗୋଛିଆ ଗ୍ରାମକୁ ବିଶୋଧନ କରିବାରେ ଲାଗିପଡିଛନ୍ତି । ଘରାକୁ ଘର ବୁଲି ଷ୍ପ୍ରେ ମେସିନି ସାହାଯ୍ୟରେ ସେମାନେ ବିଶୋଧନ କରିବା ସହିତ ଲୋକଙ୍କୁ କରୋନାରୁ ବର୍ତ୍ତିବା ପାଇଁ ସଚେତନ କରାଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.