Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ବିଭିନ୍ନସ୍ଥାନରେ ବିଜୟଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ଭଣ୍ଡାରିପୋଖରୀ – ବିଭିନ୍ନସ୍ଥାନରେ ବିଜୟଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

21

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ରାଜନେତା ଓ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ମରଶରୀରକୁ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗତକାଲି ଭୁବନେଶ୍ୱର ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସ୍ୱର୍ଗତ ରାଉତରାୟଙ୍କ ମରଶରୀରକୁ ଜନ୍ମସ୍ଥାନକୁ ଶୋଭାଯାତ୍ରାରେ ନିଆଯାଉଥିଲା । ଏହି ଅବସରରେ ଛତାବର ଠାରେ ଯୁବନେତା ଉଦୟ ନନ୍ଦ, ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସେନାପତି, ସମାଜସେବୀ ଅଶୋକ ସ୍ୱାଇଁ, ରଥ ଦାସ ପ୍ରମୁଖ ସ୍ୱର୍ଗତ ରାଉତରାୟଙ୍କୁ ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଜପଥର ତହସିଲଛକ ନିକଟରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସମାଲଙ୍କ ନିର୍ଦ୍ଦେଶରେ ବିଜୁଜନତା ଦଳର ବ୍ଲକ ଶାଖା ପକ୍ଷରୁ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲଙ୍କ ନେତୃତ୍ୱରେ ଦେବେନ୍ଦ୍ର ଦାଶ, ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଲକ୍ଷ୍ମୀଧର ସାହୁ, ହେମନ୍ତ ଜେନା, ବିଷ୍ଣୁଚରଣ ଦାସ, ଅଶୋକ କୁମାର ବାରିକ, ରାଜେଶ କୁମାର ବାରିକ, ନାଗେଶ୍ୱର ବେହେରା, ଶରତ ପଲେଇ ପ୍ରମୁଖ ନେତା ଓ କର୍ମୀଙ୍କ ସହ ବିଜୁ ଯୁବବାହିନୀର ସଦସ୍ୟମାନେ ସ୍ୱର୍ଗତ ରାଉତରାୟଙ୍କୁ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.