Home ଜିଲ୍ଲା ପରିକ୍ରମା ଜିଲା କଂଗ୍ରେସ ପକ୍ଷରୁ ମମିତାଙ୍କ ମୃତ୍ୟୁରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଜିଲା କଂଗ୍ରେସ ପକ୍ଷରୁ ମମିତାଙ୍କ ମୃତ୍ୟୁରେ କ୍ୟାଣ୍ଡେଲ ଶୋଭାଯାତ୍ରା

25

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନସାଇନ ପବ୍ଲକି ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଜଘନ୍ୟ ହତ୍ୟା ସମଗ୍ର ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରିଛି । ଯେପର୍ଯ୍ୟନ୍ତ ତଦନ୍ତ ଠିକ ଭାବରେ ନହୋଇଛି ଓ ଦୋଷୀ ଉପଯୁକ୍ତ ଦଣ୍ଡ ନପାଇଛି, ସେପର୍ଯ୍ୟନ୍ତ ତାଙ୍କ ପରିବାରକୁ ନ୍ୟାୟ ମିଳିପାରିବ ନାହିଁ ବୋଲି ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି କହିଛନ୍ତି । ତେବେ ଉଭୟ ନେତୃମଣ୍ଡଳୀଙ୍କ ପ୍ରତ୍ୟେକ୍ଷ ସହଯୋଗରେ ମମିତାଙ୍କ ମୃତ୍ୟୁରେ ଶୋକପ୍ରକଟ କରାଯାଇ ସଂଧ୍ୟାରେ ଏକ ନୀରବ ମହମବତୀ ଶୋଭଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ଅପର୍ତ୍ତିବନ୍ଧା ଛକରୁ ବାହାରି ସହର ପରିକ୍ରମା କରିବା ପରେ କଲେଜ ଛକ ଠାରେ ପହଞ୍ଚିଥିଲା । ଉପସ୍ଥିତ ନେତୃମଣ୍ଡଳୀ ମମିତାଙ୍କ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଥିଲେ । ଉକ୍ତ ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଏସସି ମୋର୍ଚ୍ଚାର ଉପସଭାପତି ତଥା ଦଳିତ ନେତା ରଂଜନ ଜେନା, ଟୋନି ଅଲ୍ଲୀ ଇଲିୟାସ ଖାନ, ହେମନ୍ତ ମହାପାତ୍ରଙ୍କ ସମେତ ବହୁ ନେତୃମଣ୍ଡଳୀ ଓ କଂଗ୍ର୍ରେସ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟ ଶଂକର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.