Home ଜିଲ୍ଲା ପରିକ୍ରମା ଜିଲା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ଜିଲାପାଳଙ୍କୁ ୧୧ ଦଫା ଦାବିପତ୍ର

ଜିଲା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ଜିଲାପାଳଙ୍କୁ ୧୧ ଦଫା ଦାବିପତ୍ର

11

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ଜିଲାପାଳଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏବଂ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି ଦାବିଗୁଡିକ ପୂରଣ କରିବାର ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି। ଜିଲା ଉନ୍ନୟନ ସଂଘର୍ଷ ସମିତି ଜିଲାପାଳଙ୍କୁ ଦେଇଥିବା ଦାବିପତ୍ର ଅନୁସାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଭଦ୍ରକ ଜିଲାର ସମସ୍ତ ଜନସାଧାରଣ ନିର୍ଭର କରନ୍ତି। କିନ୍ତୁ ଏଠାରେ କୌଣସି ଆଇସିୟୁ ନାହିଁ, ଯାହା କୋରନିକ୍ ରୋଗୀଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି ହେବା ସହିତ ଜୀବନ ମଧ୍ୟ ହରାଉଛନ୍ତି। ଯଦି କୌଣସି ରୋଗୀ ରାତିରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସିତ ହେବା ପାଇଁ ଆସନ୍ତି, ସେଠାରେ ରାତ୍ରୀକାଳୀନ କୌଣସି ଡାକ୍ତର କିମ୍ବା ନର୍ସ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ସେହିଭଳି ଭଦ୍ରକ ପୌରପାଳିକା ଅଧୀନରେ ଡ୍ରେନେଜ ବ୍ୟବସ୍ଥା ଠିକ୍ ନଥିବାରୁ ଜଳ ନିଷ୍କାସନ ସମସ୍ୟା ବଢିବାରେ ଲାଗିଛି। ଏବଂ ଡ୍ରେନ୍‌ଗୁଡିକ ଅଳିଆ ଆବର୍ଜନାରେ ପୋତିହୋଯାଇଛି। ସେଗୁଡିକ ମଧ୍ୟ ସଫା କରାଯାଉନାହିଁ, ଯାହାଫଳରେ ପରିବେଶ ଅପରିଷ୍କାର ହୋଇଯାଉଛି। ଡ୍ରେନେଜ୍ ବ୍ୟବସ୍ଥା ସଠିକ୍ ନଥିବାରୁ ବର୍ଷାଦିନରେ ଜଳ ନିଷ୍କାସନ ହୋଇନପାରି ରାସ୍ତାରେ ଜମାଟ ବାନ୍ଧୁଛି। ଏବଂ ପରିବେଶକ ଅଧିକ ଦୂଷିତ କରୁଛି। ସହରରେ କୁକୁର, ଗାଇ ଓ ଷଣ୍ଢମାନେ ମୁକ୍ତଭାବେ ରାସ୍ତାରେ ବୁଲୁଥିବାରୁ ଜୀବନ ପ୍ରତି ବିପଦ ରହିଥିବାବେଳେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି।

ଏହି ପରିପ୍ରେକ୍ଷୀରେ ଜିଲା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ୧୧ ଦଫା ଦାବିପତ୍ର ଯଥା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ଆଇସିୟୁର ବ୍ୟବସ୍ଥା, ମେଡିକାଲରେ ରାତ୍ରି ସମୟରେ ଜଣେ ପେଡିଆଟ୍ରିକ୍‌, ଗାଇନୋଲୋଜିକାଲ, ମେଡିସିନି ଓ ଅର୍ଥୋପେଡିକ୍ ଡାକ୍ତରଙ୍କ ସମେତ ନର୍ସର ସୁବିଧା, ଗାଇନୋଲୋଜି ୱାର୍ଡର ମହିଳା ଓ ପେଡିଆଟ୍ରିକ୍ ବିଭାଗକୁ ଲିଫ୍ଟର ବ୍ୟବସ୍ଥା, ମେଡିକାଲ ପରିସର ଭିତରେ ରାତ୍ରୀ ସମୟରେ ନିରାମୟ ମେଡିସିନିର ସୁବିଧା, ନଷ୍ଟ ହୋଇଯାଇଥିବା ବେଡ୍‌କୁ ବଦଳାଇ ପର୍ଯ୍ୟପ୍ତ ବେଡ ପ୍ରଦାନ, ଡାକ୍ତରଖାନା ପରିସର ମଧ୍ୟରେ ପର୍ଯ୍ୟାପ୍ତ ଆଲୋକୀକରଣ, ଡାକ୍ତରଖାନା ପରିସରରେ ଚୋରମାନଙ୍କ ଠାରୁ ରକ୍ଷା ପାଇଁବା ପାଇଁ ପର୍ଯ୍ୟାପ୍ତ ସିକ୍ୟୁରିଟି ବ୍ୟବସ୍ଥା, ଭଦ୍ରକ ଜିଲାରେ ତୁରନ୍ତ ସୁପର ସ୍ପେଶିଆଲିଷ୍ଟ ମେଡିକାଲ ଚାଲୁ କରିବା, ଡ୍ରେନ୍‌ରୁ ଅଳିଆ ଆବର୍ଜନା ସଫା କରିବା ସହ ନଦୀ ଓ କେନାଲଗୁଡିକ ଜଳ ନିଷ୍କାସନ ପାଇଁ ଆଉଟଲେଟ୍ ନିର୍ମାଣ କରିବା, ରାସ୍ତାରେ ମୁକ୍ତ ଭାବେ ବୁଲୁଥିବା କୁକୁର, ଗୋରୁ ଓ ଷଣ୍ଢଙ୍କୁ ବନ୍ଦ କରିବା ନେଇ ପଦକ୍ଷେପ ଗ୍ରହଣ କରିବା, ବେଆଇନ୍ ହମ୍ପସ୍‌କୁ ଉଠାଇବା ଦିଗରେ ପଦକ୍ଷେପ ଗ୍ରହଣ ଓ ରାସ୍ତା କଡରେ ବେଆଇନ୍ ଭାବେ ଜମା କରିଥିବା ବାଲି, ଚିପ୍ସକୁ ତୁରନ୍ତ ଉଠାଇବା ଦିଗରେ ପଦକ୍ଷେପ ନେବା ପାଇଁ ଜିଲାପାଳ ଶ୍ରୀ ବୋନ୍ଦରଙ୍କ ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ କାଳରେ ଜିଲା ଉନ୍ନୟନ ସଂଘର୍ଷ ସମିତିର ପକ୍ଷରୁ ସଭାପତି ଆଇନ୍‌ଜୀବୀ ନିରାକାର ଜେନା, ସଂପାଦକ ଆଇନ୍‌ଜୀବୀ ଗିରିଧାରୀ ନାଥ, ଉପସଭାପତି ଆଇନ୍‌ଜୀବୀ ଅଗଣି ଚରଣ ଜେନା, କ୍ଷୀରୋଦ କୁମାର ସାମଲ, ନବକିଶୋର ସିଂ, ବିଜୟ କୁମାର ରାଉତ, ଦେୀବକିଙ୍କର ପାଣିଗ୍ରାହୀ, ବିନୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.