Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ନିଯୁକ୍ତିମେଳା ଅନୁଷ୍ଠିତ – ୮୦୩ ପଂଜିକୃତ

ଜିଲାସ୍ତରୀୟ ନିଯୁକ୍ତିମେଳା ଅନୁଷ୍ଠିତ – ୮୦୩ ପଂଜିକୃତ

37

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ତଥା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଭଦ୍ରକ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ବରପଦା ଇଂଜିନିୟରିଂ ସ୍କୁଲ ଅଫ୍ ଟେକ୍‌ନୋଲୋଜି ବରପଦା ଠାରେ ୨୦୨୧-୨୨ ବର୍ଷ ପାଇଁ ଭଦ୍ରକ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ଅରୁଣ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଏହି ମେଳାକୁ ଉଦ୍‌ଘାଟନ କରିଥିଲେ । ଜିଲା ନିୟୋଜନ ଅଧିକାରୀ ଅଜୟ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ମେଳାରେ ୧୧ଟି ପ୍ରତ୍ୟକ୍ଷ ନିଯୁକ୍ତିଦାତା କଂପାନୀ ଓ ୫ଟି ପ୍ରଶିକ୍ଷଣ ଭିତ୍ତିକ ନିଯୁକ୍ତି ପ୍ରଦାନକାରୀ ଭାବେ ସାମିଲ ହୋଇଥିଲେ । ସମୁଦାୟ ୮୦୩ ଜଣ ପ୍ରାର୍ଥୀ ନାମ ପଂଜିକରଣ କରିଥିଲେ । ୩୧୭ ଜଣ ସିଧାସଳଖ ଚାକିରୀ ପାଇଁ ବଛା ଯାଇଛନ୍ତି ଏବଂ ୨୩୩ ଜଣଙ୍କୁ ପ୍ରଶିକ୍ଷଣ ଭିତ୍ତିକ ନିଯୁକ୍ତି ପାଇଁ ବଛାଯାଇଛି । ଉଲ୍ଲେଖଯୋଗ୍ୟ କି ଏ ସମସ୍ତ ଚାକିରୀ ବା ପ୍ରଶିକ୍ଷଣ ବେସରକାରୀ ଅଟେ । ଦ୍ୱିଦିବସୀୟ ଏହି ଜିଲାସ୍ତରୀୟ ନିଯୁକ୍ତି ମେଳା ଆସନ୍ତାକାଲି ତା ୨୧.୧୨.୨୧ ରିଖରେ ଭଦ୍ରକ ସ୍କୁଲ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି, ଅସୁରାଳି ଠାରେ ଅନୁଷ୍ଠିତ ହେବ । ଏହି ମେଳା ୫ମରୁ ସ୍ନାତକ ଏବଂ ଆଇଟିଆଇ, ଡିପ୍ଲୋମା, ନର୍ସିଂ ଆଦି ଯୋଗ୍ୟତାଧାରୀ ୧୮ ରୁ ୩୫ ବର୍ଷ ବର୍ଷୀୟ ବେକାର ଯୁବକଯୁବତୀମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହି ମେଳାରେ ଜାତୀୟ ତଥା ରାଜ୍ୟସ୍ତରୀୟ ଖ୍ୟାତି ସଂପନ୍ନ କଂପାନୀମାନେ ନିଯୁକ୍ତିଦାତା ଭାବେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.