Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ଲକ୍‌ର ୨୩ ଟି ପଂଚାୟତର କଳାକାରଙ୍କ ପକ୍ଷରୁ ଦକ୍ଷତା ପରୀକ୍ଷା

ଭଦ୍ରକ ବ୍ଲକ୍‌ର ୨୩ ଟି ପଂଚାୟତର କଳାକାରଙ୍କ ପକ୍ଷରୁ ଦକ୍ଷତା ପରୀକ୍ଷା

64

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଜିଲାର ଭଦ୍ରକ ବ୍ଲକ୍ ଓ ମ୍ୟୁନସିପାଲଟିରେ ଜିଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜିଠାରୁ ଦୁଇଦିନ ପାଇଁ ଜିଲା ସଂସ୍କୃତି ଭବନରେ ଏହି ଦକ୍ଷତା ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜି ଆମ୍ବରୋଳି, ଅଣ୍ଡାଇପଲୀ, ଅର୍ଣ୍ଣପାଳ, ବି.ପି.ବିନ୍ଧା, ବହୁଦରଡା, ବନ୍ଧଗାଁ, ବଣିଆ, ବାଣିତିଆ, ବାଉଦପୁର, ବେନ୍ତାଳ, ବେତରା, ବ୍ରହ୍ମପୁର, ଚଣ୍ଡିଗାଁ, ଦଇସିଂ, ଏରଡା, ଏରେଇଁ, ଗେଲପୁର, ଗେଲଟୁଆ, ଗୁଜିଦରଡା, ହରିପୁର, ଜଗଦଲପୁର, କଲେଇ, କାଉପୁର ଭଳି ୨୩ ଟି ଗ୍ରାମପଞ୍ଚାୟତର ପଂଜିକୃତ ୧୪୨ ଜଣ କଳାକାରମାନେ ଦକ୍ଷତା ପରୀକ୍ଷା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ବିକେଏସ୍‌ଏସ୍‌ର ବ୍ଲକ୍ ସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଛି । ଏଥିରେ ଡେପୁଟି କଲେକ୍ଟର ଅନୁପମା ଘୋଷ, ରାଜ୍ୟର ପ୍ରତିଷ୍ଠିତ ନାଟ୍ୟ ନିର୍ଦ୍ଦେଶକ ତଥା ପ୍ରାଧ୍ୟାପକ ଡ. ସୁଧାଂଶୁ ନାୟକ, ଗାୟକ ଦୀପ୍ତି ଲକ୍ଷ୍ମଣ ଚନ୍ଦ୍ର ରାଉତ ବିଚାରକ ଭାବେ ଅଂଶଗ୍ରହଣ କରିଥିବାବେଳେ ବ୍ଲକ୍‌ର ବିଏସ୍‌ଏସ୍‌ଓ ଗୀତାରାଣୀ ମହାନ୍ତି, ବିକେଏସ୍‌ଏସ୍‌ର ଉପସଭାପତି ପ୍ରଶାନ୍ତ କୁମାର ବେହେରା, ସଦସ୍ୟ ପ୍ରଶାନ୍ତ କୁମାର ଓଝା, ରବିନ୍ଦ୍ର ବାରିକ ଓ ଗୌରାଙ୍ଗ ଚନ୍ଦ୍ର ବାରିକ ପ୍ରମୁଖ ପରିଚାଳନା କରିଥିଲେ । ଆସନ୍ତାକାଲିର ଅନ୍ତିମ ଦିନରେ କେଦାରପୁର, ଖଣ୍ଡତଡା, କୋର୍କରା, କୋଡବରୁଆଁ, ଲାଙ୍ଗୁଡି, ଓଲଙ୍ଗ, ପରସିଙ୍ଗା, ରମ୍ଭିଳା, ରହଣିଆ, ରାନ୍ଦିଆ, ସାବରଙ୍ଗ, ସାହାଡା ଏବଂ ଭଦ୍ରକ ପୌରପାଳିକାର କଳାକାରମାନଙ୍କ ପକ୍ଷରୁ ଏହି ଦକ୍ଷତା କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.