Home ଜିଲ୍ଲା ପରିକ୍ରମା ୧୨ ଦଫା ଦାବି ନେଇ ବ୍ୟାଙ୍କମିତ୍ରଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ

୧୨ ଦଫା ଦାବି ନେଇ ବ୍ୟାଙ୍କମିତ୍ରଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ

36

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରେ କାର୍ଯ୍ୟରତ ବ୍ୟାଙ୍କମିତ୍ରମାନେ ସେମାନଙ୍କ ବିଭିନ୍ନ ୧୨ ଦଫା ଦାବି ନେଇ ଆଜି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ବ୍ୟାଙ୍କମିତ୍ର ରାଜ୍ୟ ସଭାନେତ୍ରୀ ମମତା ଜେନାଙ୍କ ନେତୃତ୍ୱରେ ବ୍ୟାଙ୍କମିତ୍ରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଥିଲେ । ଦାବି ମଧ୍ୟରେ ବ୍ୟାଙ୍କମିତ୍ରଙ୍କୁ ମାସିକ ୨୧ହଜାର ଟଙ୍କା ଦରମା ପ୍ରଦାନ, ବ୍ୟାଙ୍କମିତ୍ର ମାନଙ୍କୁ ବ୍ୟାଙ୍କ କର୍ମଚାରୀ ଭାବେ ପରିଗଣିତ କରାଯିବା, ବ୍ୟାଙ୍କମିତ୍ରଙ୍କ କ୍ଷେତ୍ରରେ ଡ୍ରେସକୋର୍ଡ ଓ ବ୍ୟଙ୍କକୋର୍ଡ ଲାଗୁ କରିବା, ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦରମା ପ୍ରଦାନ କରିବା, ଇପିଏପ୍ ଓ ଇଏସ୍‌ଆଇ ଲାଗୁ କରିବା, ପ୍ରତି ସ୍ୱୟଂ ସହାୟିକା ଗୋଷ୍ଠୀର ଋଣ ମଞ୍ଜୁରରେ ୫ଶହ ଟଙ୍କା ସ୍ୱତନ୍ତ୍ର କମିଶନ ପ୍ରଦାନ, ସେମାନଙ୍କୁ ପରିଚୟପତ୍ର ଓ ଅନ୍‌ଲାଇନ ତାଲିମ ପ୍ରଦାନ, ପ୍ରତି ବ୍ୟାଙ୍କମିତ୍ରଙ୍କୁ ଲାପ୍‌ଟପ୍ ପ୍ରଦାନ, ଇନ୍‌ସୁରାନ୍‌ସ, ୬ ମାସର ମାତୃତ୍ୱ ଅବକାଶ, ବାକିଥିବା ୨୦୧୯-୨୦ ବର୍ଷର ଏରିଅର ପ୍ରାପ୍ୟ ପ୍ରଦାନ, ବ୍ୟାଙ୍କମିତ୍ରଙ୍କ ପରିବାର ସଦସ୍ୟ କୋଭିଡ୍ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ଜନିତ କ୍ଷତିପୂରଣ ଓ ଚାକିରି ପ୍ରଦାନ ଆଦି ଦାବି ନେଇ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ପ୍ରଦାନରେ ବ୍ୟାଙ୍କମିତ୍ର ରଂଜୁଲତା ମହାଳିକ, ଜୀତାଞ୍ଜଳୀ ନାୟକ, ସବିତା ସାହୁ, ଆରତୀ ପାଣିଗ୍ରାହୀ, ଲଲିତା ଦାଶ, କଳ୍ପନା ସେଠୀ, ମାମା ଦାସ, ରୀମା କୁମାର ଦାସ,ମିତାରାଣୀ ଜେନା, ମନୋରମା ସାହୁ, ମାମିନା ନାୟକ, ସବିତା ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.