Home କେନ୍ଦୁଝର ଫ୍ରେଣ୍ଡ ଫର ଫାଉଣ୍ଡେସନ ପକ୍ଷରୁ ମକର ମେଳାରେ ଜନ ସଚେତନତା କାର୍ଯ୍ୟକ୍ରମ

ଫ୍ରେଣ୍ଡ ଫର ଫାଉଣ୍ଡେସନ ପକ୍ଷରୁ ମକର ମେଳାରେ ଜନ ସଚେତନତା କାର୍ଯ୍ୟକ୍ରମ

11

ହାଟଡିହି-୧୪ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ)ଭାଟିଆ ମେଳାରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଫ୍ରେଣ୍ଡ ଫର ଫାଉଣ୍ଡେସନ ଶାଳଣିଆଁ ପକ୍ଷରୁ ମକର ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ସହିତ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ପୁର୍ବରୁ ମାସ୍କ, ସାନିଟାଇଜର ଦିଆଯିବା ସହିତ ସେମାନଙ୍କ ଜୋତାକୁ ମାଗଣା ଯୋତା ଷ୍ଟାଣ୍ଡ କରି ସୁୁରକ୍ଷିତ ରଖୁଥିଲେ । କରୋନା ଠାରୁ ଦୁରେଇ ରହିବାପାଇଁ ସାମାଜିକ ସଚେତନତା ଓ ମାସ୍କ ବ୍ୟବହାର ଉପରେ ସମସ୍ତେ ଦୃଷ୍ଟି ଦେବାକୁ ସଚେତନ କରାଉଥିଲେ । ଏଥିରେ ଫାଉଣ୍ଡେସନର କିଶୋର ଚନ୍ଦ୍ର କୁଅଁର, ଦିବ୍ୟରଞ୍ଜନ ଜେନା, ଦେବାଶିଷ ଖଣ୍ଡେଇ, ଆକାଶ କୁମାର ମୁଖୀ, ଜିତେନ୍ଦ୍ର କୁଅଁର, ସୁଧାଶୁଂ ଶେଖର ବେହେରା, କିଶୋର ସିଂ, ଶୁଭଜିତ ଜେନା, ରାଜେଶ ତରେଇ, ହରେକୃଷ୍ଣ ଘଡେଇ ପ୍ରମୁଖ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଫାଉଣ୍ଡେସନର ଏପରି କାର୍ଯ୍ୟକୁ ସବୁ ମହଲରେ ପସଂଶା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.