Home ଜିଲ୍ଲା ପରିକ୍ରମା ଆଉ ୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଆଉ ୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

84

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଆଉ ୫୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଙ୍କୁ ମିଶାଇ ଏବେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ୮୫୧ ହୋଇଛି । ଏମାନଙ୍କ ମଧ୍ୟରୁ ୭ ହଜାର ୫୪୧ଜଣ ସୁସ୍ଥ ହୋଇସାରିଛନ୍ତି । କେବଳ ୨୮୫ଜଣ ଆକ୍ରାନ୍ତ ସକ୍ରିୟ ରହି ଚିକିତ୍ସିତ ହେଉଛନ୍ତି । ନୂଆ ଚିହ୍ନଟଙ୍କ ମଧ୍ୟରେ ଭଦ୍ରକ ବ୍ଲକ ଅଞ୍ଚଳରୁ ଜଣେ ଓ ଭଣ୍ଡାରିପୋଖରୀ ପଳିକିରି ଅଞ୍ଚଳରୁ ଜଣେ ଭୁବନେଶ୍ୱରର କିମ୍‌ସ୍ ହସ୍‌ପିଟାଲରେ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବ୍ଲକର ଜୟରାମପୁର ଗ୍ରାମରୁ ୨ଜଣ, ପ୍ରାଚୀନଗରରୁ ଜଣେ, ଓଗାଳପୁରରୁ ଜଣେ, ସାବରଙ୍ଗରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ପୌରପାଳିକାର୬ ନଂ ୱାର୍ଡ ମଠସାହିରୁ ୩ଜଣ, ୫ ନଂ ୱାର୍ଡ ଚରମ୍ପାରୁ ଜଣେ, ବାଘମରା ନିଳାଦ୍ରିବିହାରରୁ ୬ଜଣ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧାରୁ ଜଣେ, ଚାନ୍ଦବାଲି ବ୍ଲକ ଓସ୍ତିଆ ଗ୍ରାମରୁ ଜଣେ, ନାନ୍ଦପୁର ଗ୍ରାମରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ଖଡିସିଙ୍ଗା ଗ୍ରାମରୁ ୨, ଅରେଇକଣା ଗ୍ରାମରୁ ଜଣେ, ଜୋରଗଡ଼ିଆ ଗ୍ରାମରୁ ଜଣେ, ବଡଶାସନ ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ବନ୍ତ ବ୍ଲକର ରଟିଣା, ବଇପରୁ, ଗଣିଜାଙ୍ଗ, ଗୋପିନାଥପୁର, ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଗଡସାହିରୁ ୨ଜଣ, ପାର୍ବତୀପୁରରୁ ୪ଜଣ, ତାଜିପୁରରୁ ୪ଜଣ, ବଡସାହିରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଧାମନଗର ବ୍ଲକ ସହିଦନଗର ଗ୍ରାମରୁ ଜଣେ, ଖରାଖାଇ ଗ୍ରାମରୁ ୨ଜଣ, ଜାହାଙ୍ଗିର ଗ୍ରାମରୁ ୨ଜଣ, ତିହଡ଼ି ବ୍ଲକ ନନ୍ଦୋର ଗ୍ରାମରୁ ଜଣେ, ଜୟପୁର ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳର୭ଜଣ ଆକ୍ରାନ୍ତ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.