Home ଜଗତସିଂହପୁର ଜିଲାପାଳଙ୍କ ନିର୍ଦ୍ଦେଶରେ ସଅଁରା ପଞ୍ଚାୟତରେ ନୂତନ ଭତ୍ତା ହିତାଧିକାରୀଙ୍କ ତଥ୍ୟ ଯାଞ୍ଚହେଲା

ଜିଲାପାଳଙ୍କ ନିର୍ଦ୍ଦେଶରେ ସଅଁରା ପଞ୍ଚାୟତରେ ନୂତନ ଭତ୍ତା ହିତାଧିକାରୀଙ୍କ ତଥ୍ୟ ଯାଞ୍ଚହେଲା

101

ଜଗତସିଂହପୁର, ୨୨ା୧୨ (ଓଡିଆ ପୁଅ/ନୃସିଂହ ଚରଣ ବାରିକ) ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତରେ ଭତ୍ତା ପାଇବାକୁ ମନୋନୀତ ହୋଇଥିବା ୭୫ ଜଣ ହିତାଧିକାରୀଙ୍କ ତଥ୍ୟ ଯାଞ୍ଚପାଇଁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଶନିବାର ୫ଜଣ ଅଧିକାରୀ ସଁଅରା ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହି ଏହି ହିତାଧିକାରୀମାନଙ୍କ ଆଧାରକାର୍ଡ, ଭୋଟର ପରିଚୟପତ୍ର, ବୟସ ପ୍ରମାଣପତ୍ର ଇତ୍ୟାଦିର ଯାଞ୍ଚ କରିଥିଲେ। ଏମାନଙ୍କ ମଧ୍ୟରୁ ୫୬ଜଣ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ସେମାନଙ୍କର ତଥ୍ୟ ଯାଞ୍ଚ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରୁ କେତେଜଣ ସ୍ଥାସ୍ଥ୍ୟଗତ କାରଣରୁ ଏଠାକୁ ଆସିନପାରିବାରୁ ଅଧିକାରୀମାନେ ସେମାନଙ୍କ ଘରକୁ ଯାଇ ଆଧାର କାର୍ଡ, ଫଟୋ ପରିଚୟ ଓ ବୟସ ପ୍ରମାଣପତ୍ର ଆଦି ଯାଞ୍ଚ କରିଥିଲେ। ସୂଚନାଯୋଗ୍ୟ ଏହି ହିତାଧିକାରୀ ମାନଙ୍କର ଭତ୍ତା କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସରପଞ୍ଚ ହଡପ କରିଥିବା ନେଇ କେତେଜଣ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଏହାର ତଦନ୍ତ ପାଇଁ ଜିଲାପାଳ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଯାଞ୍ଚରେ ବିଇଓ ବିଜୟ କୁମାର ପାତ୍ର, ପିଇଓ ବିଶ୍ୱଜିତ ମହାପାତ୍ର, ତ୍ରିଲୋଚନ ସିଂ, ଦେବେନ୍ଦ୍ର କୁମାର ମଲ୍ଲିକ, ତୋଫାନ ଦାସ, ଲକ୍ଷ୍ମିଧର ସୋରେନ ସାମିଲ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ସସ୍ମିତା ଦାସ ଉପସ୍ଥିତ ରହିଥେôଲ। ପୂର୍ବରୁ ଏହି ହିତାଧିକାରୀ ମାନଙ୍କ ମଧ୍ୟରୁ କେତେଜଣ ବୟସ ୬୦ ହୋଇନଥିବା ବେଳେ ଚଞ୍ଚକତା କରାଯାଇ ୨୦୧୭ ଭୋଟର ଲିଷ୍ଟରେ ବୟସ ବଢା ଯାଇଥିବା ଅଭିଯୋଗ କରାଯିବାରୁ ଭତ୍ତା ପାଇଁ ମନୋନୀତ ୭୫ ଜଣ ହିତାଧିକାରୀଙ୍କ ଭତ୍ତା ପ୍ରଦାନ ବନ୍ଦ ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.