Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀ (ମେଟ୍‌) ଙ୍କ ଗଣଧାରଣା

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀ (ମେଟ୍‌) ଙ୍କ ଗଣଧାରଣା

112

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଗାଁ ସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଭଦ୍ରକ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘର ଜିଲା ସଭାପତି ପ୍ରମୋଦ ସାମଲଙ୍କ ଅଧ୍ୟକ୍ଷତାରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ସଂଘର ରାଜ୍ୟ ସାଧାରଣ ସଂପାଦକ ଲକ୍ଷ୍ମୀଧର ବିଶ୍ୱାଳ । ଗାଁ, ପଂଚାୟତ, ବ୍ଲକ୍ ଓ ଜିଲାସ୍ତରରେ ମନରେଗା ଯୋଜନାରେ ଗାଁ ସାଥୀ (ମେଟ୍‌) ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର ବ୍ଲକ୍ ଓ ଜିଲା ପ୍ରଶାସନକୁ ଲିଖିତ ଓ ମୌଖିକ ଭାବେ ଅବଗତ କରାଯାଉଥିଲେ ମଧ୍ୟ ସେମିତି କୌଣସି ପ୍ରଶାସନିକ ସମାଧାନ ହେଉନଥିବାରୁ ବାଧ୍ୟହୋଇ ସଂଘ ଏଭଳି ଚରମ ପନ୍ଥା ଗ୍ରହଣ କରିଛନ୍ତି ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ କହିଛନ୍ତି । ଅନେକ ଗାଁ ସାଥୀ (ମେଟ୍‌) କାର୍ଯ୍ୟ କରିଥିଲେ ମଧ୍ୟ ଦୀର୍ଘଦିନ ଧରି ସେମାନଙ୍କ ପ୍ରାପ୍ୟ ମିଳିନାହିଁ । ପର୍ଯ୍ୟାପ୍ତ ପ୍ରଶିକ୍ଷଣ ଦିଆଯାଉନାହିଁ । ଗାଁ ସାଥୀ (ମେଟ୍‌)ଙ୍କ ଡାଟା ବେସ୍ ରାଜ୍ୟ ସରକାରଙ୍କ ନିକଟରେ ସଠିକ୍ ଭାବେ ଜିଲା ତରଫରୁ ଉପସ୍ଥାପନ କରାଯାଉନାହିଁ । ଏପରିକି ନିୟମ ଅନୁଯାୟୀ ମାସକୁ ୧୦ ଦିନ ଓ ବର୍ଷକୁ ୧୦୦ ଦିନର କାର୍ଯ୍ୟ ପ୍ରଦାନ କରାଯାଉନାହିଁ । ଏ ସମସ୍ତ ସମସ୍ୟାର ସମାଧାନ ସହ ସମସ୍ତ ଗାଁ ସାଥୀ (ମେଟ୍‌) ମାନଙ୍କୁ ସର୍ବନିମ୍ନ ୨୦ ହଜାରରୁ ଉର୍ଦ୍ଧ୍ୱ କୋଭିଡ୍ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜିଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଧାରଣାରେ ପ୍ରମୋଦ ସାମଲ, ପାଞ୍ଚାଳି ଜେନା, ମନୋଜ ପାଢୀ, ଭରତ ବାରିକ, ଲିଲାବତୀ ମଲ୍ଲିକ, ଅକ୍ଷୟ କୁମାର ଜେନା, ଶଶିରେଖା ବିଶ୍ୱାଳ, ବୈଲୋଚନ ପାତ୍ର, ପ୍ରକାଶ ମଲ୍ଲିକ, ବିକାଶ ସାହୁ, ସୁଷମା ସାହୁ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.