Home ଜିଲ୍ଲା ପରିକ୍ରମା ଭଦ୍ରକରେ ପୁଣି ବ୍ରାଉନସୁଗାର ଜବତ, ୨ କୋର୍ଟ ଚାଲାଣ

ଭଦ୍ରକରେ ପୁଣି ବ୍ରାଉନସୁଗାର ଜବତ, ୨ କୋର୍ଟ ଚାଲାଣ

21

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଡୋଶୀ ବାଲେଶ୍ୱର ଜିଲାର ଜଳେଶ୍ୱରରୁ ଚୋରା ଚାଲାଣ ହୋଇଆସୁଥିବା ଧଳା ଜହରରୂପୀ ବ୍ରାଉନସୁଗାରକୁ ପୁଲିସ୍ କୌଶଳ କରି ଯେତେ ଧରୁଥିଲେ ବି ତାହା ଥମିବାର ନାଁ ଗନ୍ଧ ଧରୁନାହିଁ । ଗତ ମାସକ ମଧ୍ୟରେ ପୁଲିସ୍ ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ମୂଲ୍ୟର ଏହି ବ୍ରାଉନସୁଗାର ଧରିଥିବାବେଳେ ଗତକାଲି ରାତି ପ୍ରାୟ ୨.୩୦ ରେ ସାବରଙ୍ଗ ଥାନା ପୁଲିସ୍ ଇଚ୍ଛାପୁର-ଭଟ୍ଟତିରା ରେଲ୍‌ୱେ ଲେବୁଲ କ୍ରସିଂ ନିକଟରେ ଜଳେଶ୍ୱରରୁ ୭୦ ଗ୍ରାମ (୭ ଲକ୍ଷ ଟଙ୍କା) ର ବ୍ରାଉନସୁଗାରକୁ ଏକ ଧଳା ବଜାଜ୍ ଡିସ୍‌କଭର ବାଇକ୍‌ରେ ନେଇଆସୁଥିବା ଚରମ୍ପା ପଥରଡିହି ଗ୍ରାମର ବାବାଜୀ ଦାସଙ୍କ ପୁଅ ଅଭୟ (୩୫) ଓ ଗଂଜାମ ଜିଲାର ବୈଦ୍ୟନାଥପୁର ଥାନା ଲାଞ୍ଜିପାଲି ଗ୍ରାମ ଇନ୍ଦିରାନଗର ସେକେଣ୍ଡ ଲେନ୍ ନିବାସୀ ସ୍ୱର୍ଗତଃ ସର୍ବେଶ୍ୱର ଆଚାର୍ଯ୍ୟଙ୍କ ପୁଅ ସତ୍ୟନାରାୟଣ (୨୯)କୁ ଗିରଫ କରି ଉପରୋକ୍ତ ବ୍ରାଉନସୁଗାର, ବାଇକ୍‌, ୨ଟି ମୋବାଇଲ୍ ସହ ୪ ଶହ ଟଙ୍କା ଜବତ କରିଛି । ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.