Home ଜିଲ୍ଲା ପରିକ୍ରମା ଆବାସ ଚୟନରେ ଅର୍ଣ୍ଣପାଳ ଜିଆରଏସ୍‌ଙ୍କ ଅନିୟମିତତାର ପୁନଃ ଯାଞ୍ଚ ଦାବିରେ ଜିଲାପାଳଙ୍କୁ ଦାବିପତ୍ର

ଆବାସ ଚୟନରେ ଅର୍ଣ୍ଣପାଳ ଜିଆରଏସ୍‌ଙ୍କ ଅନିୟମିତତାର ପୁନଃ ଯାଞ୍ଚ ଦାବିରେ ଜିଲାପାଳଙ୍କୁ ଦାବିପତ୍ର

50

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ଅର୍ଣ୍ଣପାଳ ଗ୍ରାମପଞ୍ଚାୟତର ଗ୍ରାମ ରୋଜଗାର ସେବକ ନିଗମାନନ୍ଦ ପଣ୍ଡା ଏକ ନିର୍ଦ୍ଦିଷ୍ଟ ଦଳର ଦଳୀୟ କର୍ମୀ ଭାବେ କାର୍ଯ୍ୟ କରି ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ପ୍ରିୟାପ୍ରୀତି ତୋଷଣ ଓ ପାତର ଅନ୍ତର ନୀତି ଗ୍ରହଣ କରୁଥିବାରୁ ଉକ୍ତ ଅନିୟମିତତାର ପୁନଃ ଯାଞ୍ଚ ଓ ପଂଚାୟତରୁ ତାଙ୍କ ଅନ୍ତର ଦାବିରେ ଆଜି ବିଜେପି ଜିଲା ସଭାପତି ହେମନ୍ତ ପାଢୀ, ସଂସଦୀୟ ନେତା ଅଭିମନ୍ୟୁ ସେଠୀ, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ଡାକ୍ତର ପ୍ରଦୀପ ନାୟକ, ବଦ୍ରୀ ଧଳ ଓ ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ପଂଚାୟତର ବହୁ ଗ୍ରାମବାସୀ ନୂତନ ଜିଲାପାଳ ତ୍ରିଲୋଚନ ମାଝୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ର ମୂଳେ ଗତ ୧୫ ଦିନ ପୂର୍ବେ ଗ୍ରାମବାସୀମାନେ ଏହି ଅଭିଯୋଗ ନେଇ ବିଦାୟୀ ଜିଲାପାଳ ଡ. ଜ୍ଞାନ ଦାସଙ୍କୁ ଭେଟି ଉପରୋକ୍ତ ଦାବି ରଖିଥିଲେ । ସେତେବେଳେ ଜିଲା ପ୍ରଶାସନ ଉକ୍ତ ଘଟଣାର ଏକ କ୍ଷେତ୍ରୀୟ ତଦନ୍ତ କରି ସମସ୍ୟାର ସମାଧାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଏକ ୪ ଜଣିଆ ଯାଞ୍ଚ ସମୟରେ ଅଧିକାରୀମାନେ ଅଭିଯୁକ୍ତ ଜିଆରଏସ୍‌ଙ୍କୁ ନେଇ ଯେଉଁ ଯାଞ୍ଚ ପ୍ରକ୍ରିୟା କରିଥିଲେ, ତାହା ଦଳୀୟ ଭିତ୍ତିରେ ବୋଲି ଜଣାପଡିଥିଲା । ଏଣୁ ଉକ୍ତ ଘଟଣାର ପୁନଃ ଯାଞ୍ଚ କରି ସଂପୃକ୍ତ ଜିଆରଏସ୍ ଶ୍ରୀ ପଣ୍ଡାଙ୍କୁ ପଂଚାୟତରୁ ଅନ୍ତର କରି ଆବାସ କେଳେଙ୍କାରୀର ପୁନଃ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ଯଦି ୭ ଦିନ ମଧ୍ୟରେ କୌଣସି ସୁଫଳ ନମିଳେ, ତେବେ ପ୍ରଧାନମନ୍ତ୍ରୀ ଆବାସ ଓ ତାଲିକାରୁ ବାଦ୍ ପଡିଥିବା ପରିବାରଙ୍କ ସହିତ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ଚେତାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.