Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଏଜିମାନଙ୍କର ବକେୟା ପାରିଶ୍ରମିକ ନେଇ ଗଣ ଧାରଣା

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଏଜିମାନଙ୍କର ବକେୟା ପାରିଶ୍ରମିକ ନେଇ ଗଣ ଧାରଣା

31

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ସମସ୍ତ ପଂଚାୟତରେ କାର୍ଯ୍ୟକରୁଥିବା ପିପୁଲ୍‌ଏକ୍ସନ୍ ଗ୍ରୁପ୍ ବା(ପିଏଜି)ମାନଙ୍କର ବକେୟା ଦରମା ନମିଳିବା ହେତୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ପିଏଜି କର୍ମଚାରୀମାନେ ଗଣ ଧାରଣା ଦେଇଥିଲେ । ପିଏଜି ଓ ସିସି ରାଜ୍ୟ ସଂପାଦକ ଅକ୍ଷୟ କୁମାର ସାହୁ ଏବଂ ପିଏଜି କୋଡିନେଟରଙ୍କ ନେତୃତ୍ୱରେ ସମସ୍ତ ୭ବ୍ଲକ ଏବଂ ୪ଏନଏସି ସମେତ ୨୯୮ଜଣ କର୍ମଚାରୀମାନେ ସେମାନଙ୍କର ତିନିଦଫା ନେଇ ବନ୍ତଛକ ଠାରୁ ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ରାଲି ଆସିବା ପରେ ଗଣଧାରଣା ଦିଆଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲାରେ ପିଏଜିରେ କାର୍ଯ୍ୟରତ ୨୯୮ଜଣ ଙ୍କୁ ଜିଲାସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୨୦୧୭ ଡ଼ିସେମ୍ବର ୩୦ରେ ନିଯୁକ୍ତି ଦିଆଯାଇଥିଲା । ଏହି କର୍ମଚାରୀମାନଙ୍କୁ ଭୁବନେଶ୍ୱରର ଆର୍ଯ୍ୟଭଟ୍ଟ ସଭିସ୍ ପ୍ରୋଭାଡ଼ର ସଂସ୍ଥା ପକ୍ଷରୁ ପ୍ରତ୍ୟେକ ପଂଚାୟତରେ ଭିନ୍ନକ୍ଷମମାନଙ୍କର ଆବଶ୍ୟକୀୟ ପ୍ରମାଣପତ୍ର ଓ ମଧୁବାବୁ ପେନ୍‌ସନ୍ ଏବଂ ଇନ୍ଦିରାଗାନ୍ଧୀ ପେନ୍‌ସନ୍ ଯୋଜନାରେ କାର୍ଯ୍ୟପାଇଁ ଅଦ୍ୟାବଧି କାର୍ଯ୍ୟକରିଆସୁଛନ୍ତି । ମାତ୍ର ଦୁଃଖ ଓ ପରିତାପର ବିଷୟ ଗୋଟିଏମାସର ପାରିଶ୍ରମିକ ଦେଇ ଅନ୍ୟ ବକେୟା ମାସର ପାରିଶ୍ରମିକ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଜିଲାର ୨୯୮ଜଣ କର୍ମକର୍ତ୍ତା ନିଯୁକ୍ତି ହରାଇ ସାମ୍ପ୍ରତିକ କରୋନା ପରସ୍ଥିତିିରେ ଘୋର ଦୁର୍ଦ୍ଦଶା ମଧ୍ୟରେ ଜୀବନ ଅତିବାହିତ କରି ଆସିଛୁ ଏବଂ ତନ୍ମଧ୍ୟରୁ ୫୦ରୁ ଉର୍ଦ୍ଧ ଭିନ୍ନକ୍ଷମ ଅଛନ୍ତି । ପ୍ରକାଶ ଥାଉକି ଅଗଷ୍ଟମାସ ୨୦୨୦ ମସିହାରୁ ପାଞ୍ଚ ମାସର ପାରିଶ୍ରମିକ ଅର୍ଥ ଆସି ଜିଲାରେ ଅଛି । ଆଜକୁ ଆଠମାସ ବିତିଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ପାରିଶ୍ରମିକ ପାଇପାରି ନାହୁଁ । ହେଲେ ଆମ ପଛରେ ନୂଆପଡ଼ା ଓ ମୟୁରଭଞ୍ଜ ଜିଲାର କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କ ପାରିଶ୍ରମିକ ପାଇସାରିଲେଣି ।

ଭଦ୍ରକ ଜିଲାରେ କାର୍ଯ୍ୟରତ କର୍ମଚାରୀଙ୍କ ପାରିଶ୍ରମିକ ପ୍ରଦାନ କରାଯାଉ ନାହିଁ । ସାମାଜିକସୁରକ୍ଷା କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିଥିଲେ ମଧ୍ୟ ଏହା ଫଳ ଏପର୍ଯ୍ୟନ୍ତ ସୁଧା କିଛି ମିଳିପାରି ନାହିଁ । ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନେ ପିଏଜିମାନଙ୍କୁ ବିଭିନ୍ନ ପ୍ରକାର ନଥିପତ୍ର ମାଗି ଏବଂ ଟାଳଟୁଳନୀତି ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛିବୋଲି କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ବକେୟା ଦରମା ଚିଠିସଂଖ୍ୟା ୫୬୩୬ (୪.୮.୨୦୨୦)ରିଖରେ ଭିନ୍ନକ୍ଷମ ସଶାକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ମଞ୍ଜୁରୁ ହୋଇଥିବା ସତ୍ତ୍ୱେ ଜିଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ପଦାଧିକାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ଟାଳଟୁଳ ନୀତି ଅବଲମ୍ବନ କରି ପିଏଜିମାନଙ୍କୁ ହଇରାଣ ହରକତ କରୁଛନ୍ତି । ଯାହାଫଳରେ ପିଏଜିମାନେ ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣରୂପେ ନିର୍ଯ୍ୟାତିତ ହୋଇଆସୁଅଛନ୍ତି । ଆଜି ଶତାଧିକ ପିଏଜି କର୍ମଚାରୀମାନେ ଜିଲାପାଳଙ୍କୁ ଭେଟି ନିଜର ଦୁଃଖ ଓ ଅଭିଯୋଗ ଜଣାଇଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳଙ୍କ ମାଧ୍ୟମରେ ଜିଲା ସାମାଜିକସୁରକ୍ଷା ଅଧିକାରୀ ଏବଂ ପିଏଜି କର୍ମଚାରୀଙ୍କ ଧାରଣାସ୍ଥଳକୁ ଆସି ଏହି ସମସ୍ୟାର ସମାଧାନ ତୁରନ୍ତ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକି ଆସନ୍ତା ୨୫ତାରିଖ ସୁଦ୍ଧା ଏହି ସମସ୍ୟାର ସମାଧାନ ନହେଲେ ବାଧ୍ୟହୋଇ ପିଏଜି ସଂଘ ପୁନଃର୍ବାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଗଣମାଧ୍ୟମଙ୍କ ଜରିଆରେ ଚେତାବନୀ ଦେଇଛନ୍ତି । ଏହି ଗଣଧାରଣାରେ ପିଏଜି କୋଅଡ଼ିନେଟର ଶଂଙ୍କର୍ଷଣ ଦଳାଇ, ମିଥୁନ କୁମାର ଜେନା, ହୃଦାନନ୍ଦ ପାଢୀ, ସ୍ମୃତିରେଖା ନାୟକ, ଅମର ମଲ୍ଲିକ, ପ୍ରତାପ କୁମାର ସାହୁ, ପ୍ରଭାକର ରାଉତଙ୍କ ସମେତ ବହୁ ପିଏଜିକର୍ମୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.