Home ଜିଲ୍ଲା ପରିକ୍ରମା ପୁଲିସର ପକ୍ଷପାତ ପ୍ରତିବାଦରେ ଧାରଣା ଦେଲେ ଗ୍ରାମବାସୀ

ପୁଲିସର ପକ୍ଷପାତ ପ୍ରତିବାଦରେ ଧାରଣା ଦେଲେ ଗ୍ରାମବାସୀ

35

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ସମ୍ମୁଖରେ ଆଜି ସ୍ଥାନୀୟ ଫତେପୁର ଗ୍ରାମବାସୀମାନେ ଧାରଣା ଦେଇ ପୁଲିସ ପକ୍ଷପାତର ପ୍ରତିବାଦ କରିଥିଲେ । ଫତେପୁର ଗ୍ରାମରେ ଗତ ଶୁକ୍ରବାର ବଂଶୀଧର ପରିଡାଙ୍କୁ ସନ୍ତୋଷ ଯେନା ଓରଫ ବଳିଆ ଶାବଳରେ ଭୁସି ଦେବା ସହଅନ୍ୟମାନେ ଆକ୍ରମଣ କରିବାରୁୁ ବଂଶୀଧର ଗୁରୁତର ଆହତ ହୋଇ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ବୋଲି ପତ୍ନୀ ତଥା ୱାର୍ଡ ସଦସ୍ୟା ଅହଲ୍ୟା ଥାନାରେ ଅଭିଯୋଗ କରିଥିଲେ । ଏଥିନେଇ ଥାନାରେ ୧୧୭ ନଂ ମାମଲା ଋଜୁ ହୋଇଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରିବର୍ତ୍ତେ ଗୁରୁତର ଆହତ ବଂଶୀଧର ନାମରେ କାଉଣ୍ଟର ମାମଲା ଋଜୁ କରିବା ଓ ଆକ୍ରମଣକାରୀଙ୍କୁ ପୁଲିସ ସୁରକ୍ଷା ଦେବା ଅଭିଯୋଗ କରିଥିଲେ ଗ୍ରାମବାସୀ । ଅଭିଯୋଗକାରିଣୀ ଅହଲ୍ୟାଙ୍କ ସମେତ ସମିତିସଭ୍ୟା ସବିତା ମହାପାତ୍ର, ଶଶଧର ସାହୁ, ପଦ୍ମନାଭ ସାହୁ, ମୁରଲି ପରିଡା, ଚନ୍ଦ୍ରମଣି ସାହୁ, ନୃସିଂହ ପରିଡା, ସ୍ୱାଧିନ ନାୟକ, ମିନାକ୍ଷୀ ପରିଡା, କନକଲତା ନାୟକ, ଝରଣା ସାହୁ, ଦେବେନ୍ଦ୍ର ସାହୁ, ରାଜା ସେଠୀ, ପ୍ରଭାକର ଜେନା, ଜୟନ୍ତ ସାହୁ, ମନୋଜା କୁଅଁର, ପ୍ରଶାନ୍ତ ପରିଡା, ପପୁନା ସାହୁ ପ୍ରମୁଖ ଧାରଣା ଦେଇ ପୁଲିସର କାର୍ଯ୍ୟଧାରାକୁ ପ୍ରଶ୍ନ କରିବା ସହ ବଂଶୀଧର ଆକ୍ରମଣକାରୀଙ୍କୁ ଗିରଫ ଓ ମିଥ୍ୟା ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସବଇନିସପେକ୍ଟର ଅନୁରାଗ ମହାନ୍ତି ଓ ସରପଞ୍ଚ ବିଜୟ ଶଙ୍କର ମହାନ୍ତି ଧାରଣାରତ ଗ୍ରାମବାସୀଙ୍କ ନିକଟକୁ ଆସି ବୁଝାସୁଝା କରିବା ସହ ଆଗାମୀ ଦୁଇଦିନ ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.