Home କେନ୍ଦୁଝର କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ଯୋଗାଇ ଦେବାକୁ ପତ୍ନୀଙ୍କ ଆକୁଳ ନିବେଦନ

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ଯୋଗାଇ ଦେବାକୁ ପତ୍ନୀଙ୍କ ଆକୁଳ ନିବେଦନ

52

ହାଟଡ଼ିହି,୧୨ /୮/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ଇଶଳା ଗ୍ରାମର କାର୍ତ୍ତକ ଶଙ୍ଖୁଆ କରୋନାରେ ଆକ୍ରାନ୍ତ ହୋଇ ଏବେ ଏକ ଘରୋଇ ଡାକ୍ତରଖାନାରେ ଜୀବନ ମରଣ ସହିତ ଲଢ଼ୁଥିବାବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ପରିବାର ଲୋକେ ଧାରକରଜ ଓ ବିଲ ବାଡି ବିକ୍ରୀକରି ୧୦ଲକ୍ଷରୁ ଉର୍ଦ୍ଧ ଖଚ୍ଚ କରିସାରିଲେଣି । ଚିକିତ୍ସା ପାଇଁ ଆହୁରି ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଆବଶ୍ୟକ ବୋଲି ଡାକ୍ତରମାନେ କହିବାପରେ ସ୍ୱାମୀକୁ ଭଲ କରିବାପାଇଁ ସହାୟତା ଯୋଗାଇ ଦେବାକୁ ତାଙ୍କ ପତ୍ନୀ ଓ ଛୋଟ ପୁଅ ସାମାଜିକ ଗଣମାଧ୍ୟମରେ ଗୁହାରୀ କରିଛନ୍ତି ।
ଖବରରୁ ଜଣାଯାଇଛି ଯେ କାର୍ତ୍ତିକ ଶଙ୍ଖୁଆ ପୁରୀଜିଲ୍ଲା କାକଟପୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ଗତ ଜୁଲାଇ ୧୪ତାରିଖ ଦିନ କରୋନାରେ ଆକ୍ରାନ୍ତ ହୋଇ କାକଟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ପୁରୀ ଡାକ୍ତରଖାନା ଓ ସେଠାରୁ ଭୁବନେଶ୍ୱର ନୀଳାଚଳ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । କିନ୍ତୁ ସେ ସୁସ୍ଥ ନହେବାରୁ ଡାକ୍ତର ମାନଙ୍କ ପରାମର୍ଶ କ୍ରମେ ତାଙ୍କୁ ସିଲଭରସିଟି ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଜମିବାଡି ବିକି ୧୦ଲକ୍ଷରୁ ଉର୍ଦ୍ଧ ସାରିଥିବାବେଳେ ଡାକ୍ତରମାନେ ଏବେ ପୁଣି ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ କହୁଛନ୍ତି । ପ୍ରତିଦିନ ୩୫ହଜାରରୁ ଉର୍ଦ୍ଧ ଖର୍ଚ୍ଚ ହେଉଥିବାବେଳେ ଏତେ ଟଙ୍କା କେଉଁଠୁ ଆଣିବେ ସେନେଇ ତାଙ୍କ ପତ୍ନୀ ମାନସିକ ଦୁଶ୍ଚିନ୍ତାରେ କାଳାତିପାତ କରୁଛନ୍ତି । ଗତମାସକ ତଳେ ମାକୁ ହରାଇ ଥିବାବେଳେ ଏବେ ପୁଅ ଶଯ୍ୟାଶାୟୀ ଥିବାରୁ ଓ ଘରେ ସେପରିି ଆର୍ôଥକ ସମ୍ବଳ ନଥିବାରୁ ତାଙ୍କ ସ୍ତ୍ରୀ ଦ୍ୱୀପାଞ୍ଜଳୀ ଶଙ୍ଖୁଆ ଓ ୪ବର୍ଷର ଶିଶୁପୁତ୍ର ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରିକରି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଓଡିଶାର ଲୋକମାନେ ସାହାଯ୍ୟର ହାତ ବଢ଼ାଇ ତାଙ୍କ ସ୍ୱାମୀର ଜୀବନ ବଞ୍ଚାଇବାକୁ ସେ ନିବେଦନ କରିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ ପାଇଁ ଚାହାନ୍ତି ତେବେ ୯୬୫୮୫୭୫୮୫୮ କିମ୍ବା ୭୦୭୭୯୬୪୨୪୧ରେ ଯୋଗଯୋଗ କରିବା ସହିତ ୮୧୧୪୮୮୭୫୮୬ ଫୋନ ପେ କିମ୍ବା ଗୁଗୁଲ ପେ ମାଧ୍ୟମରେ ସାହାଯ୍ୟ କରିବାକୁ ପତ୍ନୀ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.