Home ଓଡ଼ିଶା ଜାଲରେ ପଡ଼ିଲା ଦୁଇ କ୍ୱିଂଟାଲ ଓଜନର ବିରାଟ କାଉ ମାଛ

ଜାଲରେ ପଡ଼ିଲା ଦୁଇ କ୍ୱିଂଟାଲ ଓଜନର ବିରାଟ କାଉ ମାଛ

429

ଜଗତସିଂହପୁର, ୨୧/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ): ଆଜି ପାରାଦ୍ୱୀପ ବାଲିପ୍ଲଟରେ ମିଳିଛି ପୁଣି ଏକ ବିରଳ ପ୍ରଜାତିର କାଉମାଛ। ଗତବର୍ଷ ଡିସେମ୍ବର ମାସରେ ମିଳିଥିବା ମାଛଠାରୁ ଏହା ସାମାନ୍ୟ ଛୋଟ ହୋଇଥିଲେ ମଧ୍ୟ ଏହାର ଓଜନ ଦୁଇକ୍ୱିଂଟାଲ ରହିଛି। ଏହି ମାଛକୁ ଜଣେ ବ୍ୟବସାୟୀ ୨ଲକ୍ଷଟଙ୍କାରେ କ୍ରୟ କରିଛନ୍ତି। ସବୁଠାରୁ ଉତ୍ସାହଜନକ ଥିଲା ଏହାର ନିଲାମ ଦୃଶ୍ୟ। ଏହି ସାମୁଦ୍ରିକ ମାଛ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିବା ବେଳେ ମାଛର ନିଲାମ ଦୃଶ୍ୟକୁ ଲୋକମାନେ ଭରପୁର ଉପଭୋଗ କରିଥିଲେ। ୧୦ହଜାର ଟଙ୍କାରୁ ନିଲାମ ଡକାହୋଇ ଏହା ୨ଲକ୍ଷ ଟଙ୍କାରେ ପହଁଚିଥିଲା। ପୁର୍ବରୁ ଏକକାଳୀନ ଏଠାରେ ୩କ୍ୱିଂଟାଲ ୫୩କିଲୋର ଗୋଟିଏ, ୧କ୍ୱିଂଟାଲ ୬୫କିଲୋର ଗୋଟିଏ ଓ ୧କ୍ୱିଂଟାଲ ୫୫କିଲୋର ଗୋଟିଏ ମାଛ ମିଳିଥିଲା। ଏହି ପ୍ରଜାତିର ମାଛ ଗଭୀର ସମୁଦ୍ରରେ ଚଳାଚଳ କରିଥାଏ।

ଏହାକୁ ବିଭିନ୍ନ ଔଷଧ ପାଇଁ ବ୍ୟବହାର କରାଯିବା ସହିତ କେରଳ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଲୋକମାନେ ପ୍ରିୟଖାଦ୍ୟଭାବେ ବ୍ୟବହାର କରିଥାନ୍ତି। ନିଲାମ ପରେ ଉକ୍ତମାଛକୁ କଟାଯାଇ ପ୍ୟାକିଂ କରି ସମ୍ପୃକ୍ତ ବ୍ୟବସାୟୀ ନେଇଥିବା ଜଣାପଡିଛି। ତେବେ ଏହି ମାଛ ଗଭୀର ସମୁଦ୍ରରୁ ଆସି ମାଛଧରା ଜାଲରେ ପଡିବାକୁ ପରିବେଶବିତ୍ ସହଜରେ ଗ୍ରହଣ କରିପାରୁ ନାହଁନ୍ତି। ଗଭୀର ସମୁଦ୍ରର ଜଳ ଧୀରେ ଧୀରେ ପ୍ରଦୂଷିତ ହେଉଥିବାରୁ ଏହି ମାଛ କୁଳମୁହାଁ ହେଉଥିବାରୁ ଜାଲରେ ପଡୁଛନ୍ତି କିମ୍ବା ପୂର୍ବରୁ ମତ୍ସ୍ୟଜୀବିମାନେ ବ୍ୟବହାର କରୁଥିବା ଜାଲ ବଦଳରେ ନୂତନ ପ୍ରଣାଳୀରେ ଜାଲ ଓ ସମୁଦ୍ରର କଟକଣା ନମାନି ଅତ୍ୟାଧୁନିକ ପ୍ରଣାଳୀର ଜାଲ ଗଭୀର ସମୁଦ୍ରରେ ପକାଇ ମାଛ ମାରୁଥିବାରୁ ଏପରି ବିରଳ ପ୍ରଜାତିର ମାଛ ଜାଲରେ ଧରା ପଡୁଥିବାର ଆଶଙ୍କା କରାଯାଉଛି। ଯାହାକି ପରିବେଶ ପାଇଁ ବିପଦ ବୋଲି ବିଶିଷ୍ଟ ପରିବେଶବିତ୍ ଅମରେଶ ନରେଶ ସାମନ୍ତ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ତଦନ୍ତ କରିବା ସହିତ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.