Home କୋରାପୁଟ ରୈାଦ୍ରତାପ , ଅଂଶୁଘାତ , ବିଜୁଳିକାଟ ଓ ପାନୀୟଜଳ ଜନିତ କଷ୍ଟ ନିବାରଣ ନିମନ୍ତେ ପ୍ରସ୍ତୁତ ...

ରୈାଦ୍ରତାପ , ଅଂଶୁଘାତ , ବିଜୁଳିକାଟ ଓ ପାନୀୟଜଳ ଜନିତ କଷ୍ଟ ନିବାରଣ ନିମନ୍ତେ ପ୍ରସ୍ତୁତ  ରହିବାକୁ ନିର୍ଦ୍ଦେଶ

36

କୋରାପୁଟ ୦୪-୦୩(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ସଦଭାବନା ସଭାଗୃହଠାରେ କୋରାପୁଟ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କର୍ତୂପକ୍ଷଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଅବଦ୍ଦଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରୈାଦ୍ରତାପ , ଅଂଶୁଘାତ , ବିଜୁଳିକାଟ ଓ ପାନୀୟଜଳ ଜନିତ କଷ୍ଟ ନିବାରଣ ନିମନ୍ତେ ପ୍ରସ୍ତୁତି ରହିବାକୁ ଜିଲ୍ଲାର ସମସ୍ତ ତହସିଲଦାର , ବିଡିଓ ଓ କ୍ଷେତ୍ର ଅଧିକାରୀମାନେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।ସମସ୍ତ ଅଧିକାରୀମାନେ କାର୍ଯ୍ୟଖସଡା ପ୍ରସ୍ତୁତ କରି ଚଳିତମାସ ଶେଷ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ସରକାରୀ ଓ ବେସରାକରୀ ଗାଡିରେ ପାନୀୟଜଳ ଓ ଓଆରଏସ ପ୍ୟାକେଟ ଯେପରି ମହଜୁଦ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ ।କାର୍ଯ୍ୟସ୍ଥଳୀରେ ପାନୀୟଜଳ , ଓଆରଏସ ପକେଟସ ଓ ଅସ୍ଥାୟୀ ବିଶ୍ରାମ ଗୃହ ରଖିବାକୁ ଜିଲ୍ଲା ଶ୍ରମ ଅଧିକାରୀ ନିର୍ଦ୍ଦେଶାନାମା ଜାରି କରିବା ସହ ରୈାଦ୍ରତାପ ସମୟ ରେ କାର୍ଯ୍ୟବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେବାକୁ ସେ ପରାମର୍ଶ ଦେଇଥିଲେ ।ବିଦ୍ୟୁତ ବିଭ୍ରାଟ ଦେଖାଦେଲେ ଉପଭୁକ୍ତାମାନଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।ପଂଚାୟତରାଜ ପ୍ରତିନିଧିମାନଙ୍କୁ ରୈାଦ୍ରତାପ ସଂପର୍କରେ ସଚେତନତା କରାଯିବା ସହ ସୁରକ୍ଷା ସଂପର୍କରେ ଅଂଚଳର ଲୋକମାନଙ୍କୁ ସଚେତନତା କରାଇବାକୁ କୁହାଯାଇଥିଲା ।ନଳକୂପଗୁଡିକ ତୁରନ୍ତ ମରାମତି କରିବା ସହ  ମାକେର୍ଟ ସ୍ଥାନରେ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।ସ୍କୁଲ ଓ କଲେଜ ପରିସରରେ ରହିଥିବା ନଳକୂପ ଠିକ ଅଛି କି ନାହିଁ ତାହା ସୁନିଶ୍ଚିତ କରି ଦରକାର ପଡିଲେ ତୁରନ୍ତ ମରାମତି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଅଂଶୁଘାତ ଜନିତ ମୃତ୍ୟୁ ଗଣମାଧ୍ୟମରେ ପ୍ରକାଶ ପାଇଲେ ୪୮ ଘ. ମଧ୍ୟରେ ରାଜସ୍ୱ ଅଧିକାରୀ ଓ ମେଡିକାଲ ଅଧିକାରୀ ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲାରେ ଏକ ନିୟତ୍ରଣ କକ୍ଷ ଖୋଲିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ଏହି ବୈଠକରେ କୋରାପୁଟ ଏସପି ବରୁଣ ଗୁଣ୍ଢାପାଲି , କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ,ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ,କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ,ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା , ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ , ସାଉଥକୋ ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା , ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ଭରତ ଚନ୍ଦ୍ର ନାଥ ,ଜୟପୁର ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗୋପୀନାଥ ସାରକା , କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ସିମାଞଳ ମହାପାତ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ , ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ,ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ,ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ , କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ,ସୁନାବେଡା ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜାମାଦାର , ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ ,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଶଶିଭୂଷଣ ମିଶ୍ର , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ , ଜିଲ୍ଲାର ସମସ୍ତ ତହସିଲଦାର ଓ ବିଡିଓମାନେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ , ବିଭାଗୀୟ ଅଧିକାରୀ ପି.କେ.ସାମଲ  ଓ ସତ୍ୟ ନାରାୟଣ ଦଳେଇ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.