Home ଜିଲ୍ଲା ପରିକ୍ରମା ଜାନୁଆରୀ ୧ରୁ ସାଳନ୍ଦୀ ବହିମେଳା

ଜାନୁଆରୀ ୧ରୁ ସାଳନ୍ଦୀ ବହିମେଳା

26

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ କାରଣରୁ ବିଗତ ଦୁଇ ବର୍ଷ ଧରି ଅନୁଷ୍ଠିତ ହୋଇପାରି ନଥିବା ଉତ୍ତର ଓଡିଶାର ଅନ୍ୟତମ ପ୍ରମୁଖ ପୁସ୍ତକ ପ୍ରଦର୍ଶନୀ ଭଦ୍ରକର ସାଳନ୍ଦୀ ବହିମେଳା ଆସନ୍ତା ଜାନୁଆରୀ ୧ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ନୂଆ ବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହେବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ସଂପାଦକ ଅଭିଜିତ୍ ନାୟକଙ୍କ ବାସଭବନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବହିମେଳାର ସଭାପତି ପବିତ୍ର ପାଣିଗ୍ରାହୀ ଏହି ଘୋଷଣା କରିବା ପରେ କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ପଣ୍ଡା, ଉପସଭାପତି ହରମୋହନ କୁଅଁର, ଡା. ବିକାଶ ନାରାୟଣ ନନ୍ଦ, ଅଧ୍ୟାପକ ନାସିର୍ ବକ୍ସ, କବି କିଶୋର ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ଏହି ନିଷ୍ପତ୍ତିକୁ କରତାଳି ସହ ସ୍ୱାଗତ କରିବା ସହ ପାଠକ ଓ ପୁସ୍ତକ ମଧ୍ୟରେ ଏହା ପୁନଶ୍ଚ ସଂପର୍କର ସେତୁ ସ୍ଥାପନ କରିବ ବୋଲି ମତ ଦେଇଥିଲେ। ବୈଠକରେ ବାଦଲ କିଶୋର ମହାପାତ୍ର ଓ ଶାନ୍ତି ସ୍ୱରୂପ ମିଶ୍ରଙ୍କୁ ନୂତନ କାର୍ଯ୍ୟକାରୀ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା। ସାତଦିନ ବ୍ୟାପି ଆୟୋଜିତ ଏହି ମେଳାରେ ରାଜ୍ୟର ଅଗ୍ରଣୀ ପ୍ରକାଶକ ମାନେ ଯୋଗ ଦେବା ସହ ପ୍ରତ୍ୟହ ସାରସ୍ୱତ କାର୍ଯ୍ୟକ୍ରମ, ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସଭାପତି ଓ ସଂପାଦକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.