Home ଜିଲ୍ଲା ପରିକ୍ରମା ବୁଦ୍ଧମୂର୍ତ୍ତି ଉଦ୍ଧାର କଲେ ଛାତ୍ର ସାଈଶ୍ରୀ

ବୁଦ୍ଧମୂର୍ତ୍ତି ଉଦ୍ଧାର କଲେ ଛାତ୍ର ସାଈଶ୍ରୀ

51

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ଗ୍ରାମରୁ ଏକ ବୁଦ୍ଧମୂର୍ତ୍ତି ଆଜି ଉଦ୍ଧାର ହୋଇଛି । ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଗ୍ରାମର ମନୋଜ ଘଡାଇଙ୍କ ପୁତ୍ର ସାଈଶ୍ରୀ ସକାଳେ ଘରୁ ବିଦ୍ୟାଳୟକୁ ଯାଉଥିବା ବାଟରେ ଏକ ବୁଦ୍ଧମୂର୍ତ୍ତି ପଡିଥିବା ଦେଖି ଉଦ୍ଧାର କରିଥିଲେ । ଏହି ବୁଦ୍ଧ ମୂର୍ତ୍ତି କ୍ଷୁଦ୍ରାକାର ଓ ଏହା ଭଗନ ତାରା ମୂର୍ତ୍ତି ଅଟେ । ସୂଚନା ପାଇ ଗବେଷକ ବିଶ୍ୱମ୍ଭର ରାଉତ ସେଠାରେ ପହଞ୍ôଚ ଥିଲେ । ସାଈଶ୍ରୀ ମୂର୍ତ୍ତିକୁ ବୌଦ୍ଧବିହାର ସଂଗ୍ରହାଳୟରେ ସଂରକ୍ଷଣ ପାଇଁ ବିଶ୍ୱମ୍ଭରଙ୍କୁ ହସ୍ତାନ୍ତର କରିଥିଲେ । କ୍ରମାଗତ ଭାବେ ବୁଦ୍ଧମୂର୍ତ୍ତି ଉଦ୍ଧାର ହୋଇ ସଂଗ୍ରହାଳୟକୁ ହସ୍ତାନ୍ତର କରାଯାଉଥିବାରୁ ସଂଗ୍ରହାଳୟର କଳେବର ବୃଦ୍ଧି ପାଇଛି । ସୂଚନା ଯୋଗ୍ୟ ଗତ ୧୪ ତାରିଖରେ ବୈତରଣୀ ନଦୀବନ୍ଧ ନିକଟରୁ କଳା ଗ୍ରାନାଇଟ ପଥରରେ ନିର୍ମିତ ଏକଫୁଟ ଉଚ୍ଚତାର ବିରଳ ମାଧବ ମୂର୍ତ୍ତି ଉଦ୍ଧାର ହୋଇ ସଂଗ୍ରହାଳୟରେ ସଂରକ୍ଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.