Home ଜିଲ୍ଲା ପରିକ୍ରମା ଜଳେଶ୍ୱରପୁର ପଂଚାୟତ ଆଗରେ ବିଜେପିର ଧାରଣା

ଜଳେଶ୍ୱରପୁର ପଂଚାୟତ ଆଗରେ ବିଜେପିର ଧାରଣା

24

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଜଳେଶ୍ୱର ପୁର ଠାରେ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ମିଶନ ଭ୍ରଷ୍ଟାଚାର ବିରୁଦ୍ଧରେ ଧାରଣା ଦିଆଯାଇଥିଲା । ଆଜି ଚାନ୍ଦବାଲି ବ୍ଲକ ବିଜେପିର କର୍ମକର୍ତା କାହ୍ନୁ ବେହେରାଙ୍କ ନେତୃତ୍ୱରେ ଏକ ରାଲି ବାହାରି ଜଳେଶ୍ୱରପୁର ପଂଚାୟତ ରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଏବଂ ନାରାବାଜି ଦେବା ପରେ ଜଳେଶ୍ୱରପୁର ପଂଚାୟତ ଅଫିସ ଆଗରେ ଧାରଣାରେ ବସିଥିଲେ । ଚାନ୍ଦବାଲି ବ୍ଲକରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ସ୍ୱଚ୍ଛଭାରତ ମିଶନରେ ମିଳୁଥିବା ପାଇଖାନାରେ ମହଘୋଟାଲା,ମୁକ୍ତା ଯୋଜନାରେ ବ୍ୟାପକ ଅନିୟମିତତା, ରାସନକାର୍ଡ ଦୁର୍ନିତୀ,ସ୍ମାର୍ଟ ପାର୍କ,ନେହେରୁ ପାର୍କ,ସ୍ମାର୍ଟ ମଶାଣୀ, ମଶାଣୀ ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ,ଚାନ୍ଦବାଲିରେ ହୋଲଟିଂ ଟିକସରେ ବ୍ୟାପକ ଅନିୟମିତତା, ସ୍ୱଚ୍ଛତା ନାଁରେ ହରିଲୁଟ, ଗୋଚର ଜମିକୁ ବେଆଇନ ଦଖଲ, ଶିକ୍ଷାୟତନରେ ଅତି ସମ୍ବେଦନଶୀଳ ନିର୍ମାଣ ନାଁ ଦଳୀୟ ପାଣ୍ଠି ଗଠନ କରିବା ଆଦି ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଦିଆଯାଇଥିବା ଧାରଣା ଆଜି ଜଳେଶ୍ୱରପୁର ପଂଚାୟତରେ ଶାନ୍ତିପୂର୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଆଜି ଏହି ଧାରଣାରେ ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ଭଳ, ଦୈତାରୀ ଦାସ,ଅଭୟ ଭୋଳ, ଅକ୍ଷୟ ସାହୁ, ରମାକାନ୍ତ ଭୋଳ, ନାରାୟଣ ଭୋଇ,ମୀନକେତନ ଦାସ, ଚୈତନ୍ୟ ଦାସ,ମହେଶ୍ୱର ବେହେରା, ବିଜୟ ବାରିକଙ୍କ ସମେତ ବିଜେପିର ବହୁ କର୍ମକର୍ତା ଏହି ଧାରଣାରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.