Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାର ଜଣେ ବୟୋଜ୍ୟେଷ୍ଠ ଶିକ୍ଷାବିତ୍‌ଙ୍କ ବିୟୋଗ

ଭଦ୍ରକ ଜିଲ୍ଲାର ଜଣେ ବୟୋଜ୍ୟେଷ୍ଠ ଶିକ୍ଷାବିତ୍‌ଙ୍କ ବିୟୋଗ

28

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଜଣେ ବୟୋଜ୍ୟେଷ୍ଠ ଶିକ୍ଷାବିତ୍‌, ଭଦ୍ରକ ସହରର ବରିଷ୍ଠ ନାଗରିକ ମଂଚର ସଭାପତି, “ପ୍ରେମ ପୃଥିବୀ ପରିବାର”ର ପ୍ରତିଷ୍ଠାତା ସଭାପତି, ଭଦ୍ରକ ଜିଲ୍ଲା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଏବଂ ବିଭିନ୍ନ ଅନୁଷ୍ଠାନରେ ସଂପୃକ୍ତ ଥିବା ପଦ୍ମନାଭ ପାଢ଼ିଙ୍କର ତା୨୮ା୦୮ା୨୦୨୩ରିଖ ସଂଧ୍ୟା ୫ଘ. ୩୦ମି.ରେ ଦେହାବସାନ ହୋଇଛି । ସେ ଜଣେ ମିଷ୍ଟଭାଷୀ ଓ ସମାଜ ସେବୀ ଭାବରେ ଏହି ସହରରେ ବେଶ୍ ଜଣାଶୁଣା । ଲୋକ ସେବକ ମଣ୍ଡଳ, କଟକ ଶାଖାକୁ ସେ ତାଙ୍କର ଶରୀର ଦାନ କରିଥିଲେ । ଆଜି ସେ ଦଧୀଚି ହୋଇ ଏସ୍‌.ସି.ବି ମେଡିକାଲ କଲେଜ, କଟକର ଆନାଟୋମି ବିଭାଗକୁ, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଗଲେ । ଆଜି ଭଦ୍ରକର ବିଶିଷ୍ଟ ବ୍ୟକ୍ତିମାନେ ଏହି ଦଧୀଚି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ତାଙ୍କ ଅବର୍ତମାନରେ ଭଦ୍ରକ ସହରରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.