Home ଜିଲ୍ଲା ପରିକ୍ରମା ଡଃ ଜୟନ୍ତ ମହାପାତ୍ରଙ୍କୁ ତ୍ୟାଗଭୂମିର ଶ୍ରଦ୍ଧାଞ୍ଜଳି

ଡଃ ଜୟନ୍ତ ମହାପାତ୍ରଙ୍କୁ ତ୍ୟାଗଭୂମିର ଶ୍ରଦ୍ଧାଞ୍ଜଳି

44

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ଶୋକାଭିଭୁତ ସାହିତ୍ୟିକମାନଙ୍କୁ ନେଇ ସ୍ଥାନୀୟ ନୂଅବାଜାର ଭାଗବତ କଲ୍ୟାଣ ମଣ୍ଡପ ଠାରେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପରିବାର ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସଦସ୍ୟ ଗୌରାଙ୍ଗ ବାରିକ ଏବଂ ଲକ୍ଷ୍ମୀକାନ୍ତ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ସମ୍ମେଳନର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡଃ ଅଭୟ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଧାମନଗର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବରିଷ୍ଠ କଥାକାର ପବିତ୍ର ପାଣିଗ୍ରାହୀ, ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ଶାନ୍ତନୁ ରାଉତ ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା ପୂର୍ବକ ସ୍ମୃତିଚାରଣ କରି ତାଙ୍କ ସାହିତ୍ୟ କୃତିର ଆଲୋଚନା କରିଥିଲେ । ତ୍ୟାଗଭୂମିର ସମ୍ପାଦକ ଆଇନଜୀବୀ ଗଦାଧର ବଳ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମାଜସେବୀ ଅମରେନ୍ଦ୍ର ପାଣିଗ୍ରାହୀ, ସୁଧାକର ରାଉତ, ସାହିତ୍ୟିକ ଚର୍ଚ୍ଚିକା ମହାପାତ୍ର, କୈଳାସ ମହାପାତ୍ର, ଅମ୍ବିକା ଦାସ, ଡା. ଅନିଲ ଦ।।, ମମତା ଦାଶ, ରୂପକ ବିହାରୀ ରାୟ, ରାଜା ପାଣିଗ୍ରାହୀ, ସଂଗ୍ରାମ ମହାନ୍ତି, ମୁସ୍ତାକ ଗହ୍ୱର, ଅଂଶୁମାନ ସ୍ୱାଇଁ, ନାରାୟଣ ଚନ୍ଦ୍ର ପାଢୀ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.