Home ଜିଲ୍ଲା ପରିକ୍ରମା ନେତାଜୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ପାଇଁ ଦାବି, ନେତାଜୀ ସୁବାଷ ବାହିନୀର ୭ମ ବାର୍ଷିକ...

ନେତାଜୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ପାଇଁ ଦାବି, ନେତାଜୀ ସୁବାଷ ବାହିନୀର ୭ମ ବାର୍ଷିକ ଉତ୍ସବ

51

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନେତାଜୀ ସୁବାଷ ଚନ୍ଦ୍ର ବୋଷ ଥିଲେ ଜଣେ ରାଷ୍ଟ୍ରପୁରୁଷ । ଆଜି ବି ସେ କୋଟି କୋଟି ଭାରତୀୟଙ୍କ ଆଦର୍ଶ । ସ୍ୱାଧିନତା ସଂଗ୍ରାମ ଇତିହାସକୁ ତାଙ୍କ ଅବଦାନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । କିନ୍ତୁ ଏପରି ଜଣେ ସଂଗ୍ରାମୀଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରାଯାଇ ନାହିଁ । ତେଣୁ ତାଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ କରିବା ଉଚିତ ବୋଲି ନେତାଜୀ ସୁବାଷ ବାହିନୀର ସପ୍ତମ ବାର୍ଷିକ ଉତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ଅତିଥି ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ସଂସ୍କୃତି ଭବନ ଠାରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ, ଏଥିରେ ସଂଗଠନର ଆବାହକ ବିକାଶ ଶ୍ରେଷ୍ଠା ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭଦ୍ରକ ଜିଲ୍ଲା ସ୍କୁଲର ଅଶୋକ ଶତପଥୀ ମୁଖ୍ୟ ଅତିଥି, ଅମୃତ ଦର୍ଶନର ସଂପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବାବେଳେ, ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସଂପାଦକ ରାକେଶ ପଣ୍ଡା, ଯୁବ ଉଦ୍ୟୋଗପତି ତଥା ବିଜେପିର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ସୁରଜ ସାହୁ, ଯାଦବ ମହାସଂଘର ଜିଲ୍ଲା ଯୁବ ଯୁବ ସମାଜସେବୀ ପ୍ରକାଶଜ୍ୟୋତି ମହାକୁଡ଼ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନେତାଜୀ ସବୁଦିନ ପାଇଁ ଯୁବବର୍ଗଙ୍କ ଆଦର୍ଶ ହୋଇ ରହିବେ ବୋଲି କହିଥିଲେ ।

ନୀଳଲୋହିତ ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେେଳେ, ଉପଦେଷ୍ଟା ସତ୍ୟବ୍ରତ ଦାସ ଆଗାମୀ ଦିନରେ ରାସ୍ତାରେ ବୁଲୁଥିବା ଗୋରୁ ଗାଈଙ୍କ ସିଙ୍ଗରେ ରେଡିୟମ ଷ୍ଟିକର ଲଗାଇବାର ଯୋଜନା ଥିବା କହିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗୌ-ସେବା ପାଇଁ ପ୍ରମୋଦ କୁମାର ଦାସଙ୍କ ସମେତ ୧୧ଟି ସାମାଜିକ ସଂଗଠନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବାହିନୀର ଉପସଭାପତି ଯୋଗେଶ ଶର୍ମା, ସଂପାଦକ ଅମୀୟାଂଶୁ ସାହାଣି, ସହ ସଂପାଦକ ସତ୍ୟସାଇ ପରିଡ଼ା, କୋଷାଧ୍ୟକ୍ଷ ବିକାଶ ଦାସ, ରଶ୍ମୀରଂଜନ ସାହୁ, ମନୋରଂଜନ ବେହେରା, ରାଜେଶ ରାୟ, ଜ୍ଞାନ ରଂଜନ ପାଣିଗ୍ରାହୀ, ଲଳିତ ଗୁପ୍ତା, ନିର୍ମଳ ସାହୁ, ଚନ୍ଦନ ସାହୁ, ଅଜୟ ଶ୍ରେଷ୍ଠା, ସବିର ଦାସ, ଅଜୟ ବାରିକ, ପୁଷ୍ପକାନ୍ତ ସାହୁ, ପ୍ରଶାନ୍ତ ନାୟକ, ନିତ୍ୟାନନ୍ଦ ସେଠୀ, ପଦ୍ମଲୋଚନ ସିଂହ, ଅନନ୍ତ ନାୟକ, ଇଂ ସମ୍ବିତ ମହାନ୍ତି, ଶୁଭେନ୍ଦୁ ପାତ୍ର, ପ୍ରଣୟ ମହାନ୍ତି, ପ୍ରଦ୍ୟୁମ୍ନ ଶତପଥୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.