Home ଓଡ଼ିଶା ଜରିମାନା ନ ଦେଇ ପୁଲିସ ଉପରେ ଗାଡି ଚଳାଇଲେ ଅଟୋ ଚାଳକ

ଜରିମାନା ନ ଦେଇ ପୁଲିସ ଉପରେ ଗାଡି ଚଳାଇଲେ ଅଟୋ ଚାଳକ

1343

ନୂଆଦିଲ୍ଲୀ,୦୬/୦୯,(ଓଡ଼ିଆ ପୁଅ ପି ନାଏକ): ନୂଆ ଟ୍ରାଫିକ୍ ନିୟମକୁ ନେଇ ଏବେ ସାରା ଦେଶରେ ଜନତାଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି । କାହିଁକି ନା ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ଆଉ ଶହେ କି ଦୁଇ ଶହ ନୁହେଁ ବରଂ ହଜାର ହଜାର ଟଙ୍କା ପକେଟରୁ ଚାଲିଯାଉଛି । ଏବଂ ଜରିମାନା ଭୟରେ ଲୋକେ ଏବେ ଘରୁ ଗାଡି କାଢିବା ପୂର୍ବରୁ ହଜାର ଥର ଚିନ୍ତା କରୁଛନ୍ତି । କାଳେ କେଉଁ ଟ୍ରାଫିକ୍ ପୁଲିସ୍ ଧରିନେବ ଆଉ ନିୟମ ଭାଙ୍ଗିବା ଅଭିଯୋଗରେ ପକେଟରୁ ଟଙ୍କା ଛାଣିନେବ ।

ତେବେ ଟ୍ରାଫିକର ନୂଆ ନିୟମକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହାର ପ୍ରଭାବ ଝାଡଖଣ୍ଡରେ ବି ଦେଖିବାକୁ ମିଳିଛି । ଜରିମାନା ଭୟରେ ଚାଳକମାନେ ଯେଉଁଠି ପୂରା କାଜଗପତ୍ର ଧରି ବାହାରକୁ ବାହାରୁଛନ୍ତି ସେଇଠି କିଛି ଲୋକ ଏଭଳି ବି ଅଛନ୍ତି ଯିଏକି ପୁଲିସ୍ ନଜରରୁ ବଂଚିବା ପାଇଁ ଦୁର୍ଘଟଣା ଘଟାଇବାକୁ ବି ପଛାଉ ନାହାଁନ୍ତି । ସୂଚନା ମୁତାବକ, ଗତକାଲି ରାଂଚି ମେନ୍ ରୋଡରେ ଗାଡି କାଗଜପତ୍ର ଯାଂଚ କରୁଥିବା ଜଣେ ପୁଲିସ୍ ଅଧିକାରୀଙ୍କ ଉପରକୁ ଜଣେ ଅଟୋ ଚାଳକ ଗାଡି ଚଢାଇ ଦେବା କାରଣରୁ ତାଙ୍କର ମେରୁଦଣ୍ଡ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି । ଯାହାଫଳରେ ଚିକିତ୍ସା ନିମନ୍ତେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୁଲିସ୍ ଅଧିକାରୀ ଜନ ମୁର୍ମୂ ରାଂଚି ମେନ୍ ରୋଡର ଓଭରବ୍ରିଜ ନିକଟରେ ଗାଡି ଯାଂଚ କରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ସେ କାଗଜପତ୍ର ଯାଂଚ କରିବା ପାଇଁ ଅଟକିବାକୁ ଇଶାରା କରିଥିଲେ । କିନ୍ତୁ ଡ୍ରାଇଭର ଜଣକ ଜରିମାନା ଭୟରେ ଖସିପଳାଇବାକୁ ଚେଷ୍ଟା କରିଥିଲା ଏବଂ ଗାଡି ସାମ୍ନାରେ ଛିଡା ହୋଇଥିବା ଉକ୍ତ ପୁଲିସ୍ ଅଧିକାରୀଙ୍କ ଉପରେ ଗାଡି ଚଢାଇ ଚାଲିଯାଇଥିଲା । ତେବେ ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ଡ୍ରାଇଭର ଅଟୋ ସହ ଫେରାର ହୋଇଯାଇଛି । ପୁଲିସ୍ ସିସିଟିଭ ଫୁଟେଜ ଜରିଆରେ ତାକୁ ଧରିବାକୁ ଲାଗିପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.