Home ଓଡ଼ିଶା ପ୍ରତି ୫ ବର୍ଷରେ ଡିଏଲ ରିନ୍ୟୁ ନ କଲେ ରଦ୍ଦ ହେବ ଲାଇସେନ୍ସ

ପ୍ରତି ୫ ବର୍ଷରେ ଡିଏଲ ରିନ୍ୟୁ ନ କଲେ ରଦ୍ଦ ହେବ ଲାଇସେନ୍ସ

343

ନୂଆଦିଲ୍ଲୀ ୬/୯,(ଓଡ଼ିଆ ପୁଅ ପି ନାଏକ): ହ୍ବିଲର ଆକ୍ଟ(ସଂଶୋଧନ)-୨୦୧୯ ଅନୁଯାୟୀ ନିୟମ ଉଲ୍ଲଂଘନ କଲେ  ଏଣିକି ଅଧିକ ପରିମାଣରେ ଜରିମାନା ଭରିବା ସାଙ୍ଗକୁ ଲାଇସେନ୍ସକୁ ନେଇ ବି ଅନେକ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ସରକାର ନୂଆ ଆଇନରେ ଯେଉଁଠି ଲାଇସେନ୍ସ ରିନ୍ୟୁ କରାଇବାରେ ମାସେ ପରିବର୍ତ୍ତେ ବର୍ଷେ ପର୍ଯ୍ୟନ୍ତ  କୋହଳ କରିଦିଆଯାଇଛି । ଏଥିସହିତ ହିଁ ଯଦି ଆପଣ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ   ରିନ୍ୟୁ କରାଇବାରେ ବର୍ଷେଠୁ ଅଧିକ ବିଳମ୍ବ କରନ୍ତି ତେବେ ଆପଣଙ୍କୁ କାର, ବାଇକ୍ ଚଳାଇବାର ଟେଷ୍ଟ ପୁଣିଥର ଦେବାକୁ ପଡିବ ।

ଅଗଷ୍ଟ ୩୧ ତାରିଖ ସୁଦ୍ଧା ପ୍ରତି ୫ବର୍ଷରେ ଲାଇସେନ୍ସ ରିନ୍ୟୁ  କରାଇବାର ନିୟମ ରହିଥିଲା । ଏଥିସହିତ ହିଁ ବାର୍ଷିକ ଏକ ହଜାର ଟଙ୍କାର ଜରିମାନା ବାବଦକୁ ପରିଶୋଧ କରି ଆପଣ ଲାଇସେନ୍ସ ରିନ୍ୟୁ କରିବାର ଆଶ୍ବସ୍ତି  ଦିଆଯାଇଥିଲା । ତେବେ ନୂଆ ନିୟମ ଅନୁସାରେ ଲାଇସେନ୍ସ ବନାଇବାରେ ପୂର୍ବରୁ ୫୦ ବର୍ଷ ପର୍ଯ୍ୟନ୍ତ  ଏବଂ ପରବର୍ତ୍ତୀ ସମୟରେ  ତାକୁ  ପ୍ରତି ପାଂଚ ବର୍ଷରେ ରିନ୍ୟୁର ଦୁଇଟି ଶ୍ରେଣୀକୁ ପରିବର୍ତ୍ତନ କରି ୪ଟି ଶ୍ରେଣୀ ବନାଇଦିଆଯାଇଛି ।  ଏହାପରେ ପ୍ରାଇଭେଟ୍ ଲାଇସେନ୍ସ ଧାରକଙ୍କ ପାଇଁ ଏକ ବଡ ପରିବର୍ତ୍ତନ କରାଗଲା କି ୫୦ ବର୍ଷ ବୟସ ହେବା ଦ୍ବାରା ପ୍ରତି ୫ ବର୍ଷରେ ରିନ୍ୟୁ  କରିବା ସମୟରେ ଯେଉଁ ଫିଟନେସ  ସାର୍ଟିଫିକେଟ ଦେବାକୁ ପଡୁଥିଲା , ଏବେ ତାକୁ ଆଉ ଦେବାକୁ ପଡିବନାହିଁ ।  କମର୍ସିଆଲ ଗାଡି ଚାଳକକୁ ଏବେ ପ୍ରତି  ୩ ବର୍ଷରେ ନିଜ ଲାଇସେନ୍ସ ରିନ୍ୟୁ କରିବାକୁ ଆଉ ଦରକାର ପଡିବ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.